Latest Odisha News

BREAKING NEWS

ଭାରତର ଏହି ବେଳାଭୂମିରେ ବାସ କରନ୍ତି ପ୍ରେତାତ୍ମା ! ​​

ଗୁଜୁରାଟ:ଭାରତରେ ଏପରି ଏକ ସମୁଦ୍ରକୂଳ ଅଛି ଯାହା ଅତ୍ୟନ୍ତ ଭୟଙ୍କର । ପ୍ରତିଦିନ ଏହି ସମୁଦ୍ର କୂଳକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି, କିନ୍ତୁ ସୂର୍ଯ୍ୟଅସ୍ତ ହେବା ମାତ୍ରେ ପର୍ଯ୍ୟଟକମାନେ ଏହି ସ୍ଥାନ ଛାଡି ଚାଲିଯାଇଥାନ୍ତି । କୁହାଯାଏ ଯେ, ଯେଉଁମାନେ ସମୁଦ୍ର କୂଳରେ ରାତିରେ ରହିବାକୁ ଚେଷ୍ଟା କରିଛନ୍ତି, , ସେମାନେ କେବେ ଆଉ ଫେରି ନାହାଁନ୍ତି କିମ୍ବା ସେମାନେ ଖରାପ ଅନୁଭୂତି ପାଇଛନ୍ତି । ଆସନ୍ତୁ ଜାଣିବା ଭାରତର ସେହି ଭୟଙ୍କର ବେଳାଭୂମି ବିଷୟରେ ।

ଆରବ ସାଗର କୂଳରେ ଅବସ୍ଥିତ ଡୁମସ୍ ବେଳାଭୂମି (Dumas Beach) ଗୁଜୁରାଟର ସବୁଠାରୁ ଭୟଙ୍କର ସ୍ଥାନ ଭାବରେ ପରିଗଣିତ ହୋଇଛି। ଏହି ବେଳାଭୂମି ଦୁଇଟି ଜିନିଷ ପାଇଁ ପ୍ରସିଦ୍ଧ, ଗୋଟିଏ କଳା ବାଲି ବେଳାଭୂମି ପାଇଁ ଏବଂ ଦ୍ୱିତୀୟଟି ଭାରତର ଭୂତିଆ ବେଳାଭୂମି ପାଇଁ । କୁହାଯାଏ ଯେ ଡୁମସ୍ ବେଳାଭୂମି ପୂର୍ବରୁ ଶ୍ମଶାନ ଭାବରେ ବ୍ୟବହୃତ ହୋଇଥିଲା ; ତେଣୁ ଏଠାରେ ଅନେକ ପ୍ରେତାତ୍ମା ​​ବାସ କରନ୍ତି, ଯେଉଁମାନେ ଏହି ଅଞ୍ଚଳ ଛାଡି କେବେ ଯାଇ ନାହାଁନ୍ତି ।

ଡୁମସ୍ ବିଚ୍ ର ବାଲି କଳା ଅଟେ । ଏହି ସମୁଦ୍ର କୂଳର କଳା ବାଲି ବିଷୟରେ ଅନେକ କାହାଣୀ ରହିଛି । ସମୁଦ୍ର କୂଳରେ ରହୁଥିବା ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତଦେହକୁ ଜଳାଇବା ଦ୍ୱାରା ସୃଷ୍ଟି ହୋଥିବା ପାଉଁଶ ସମୁଦ୍ର କୂଳର ଧଳା ବାଲି ସହିତ ମିଶ୍ରିତ ହୋଇ କଳା ହୋଇଗଲା । ଯଦିଓ ଏହି କଥାର କୌଣସି ପ୍ରମାଣ ନାହିଁ ।

ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ସମୁଦ୍ର କୂଳରେ ରହିବା ଦ୍ବାରା ଏକ ଅଜବ ଅନୁଭୂତି ମିଳେ । ଆଖପାଖର ପରିବେଶ ସୁନ୍ଦର, କିନ୍ତୁ ଅତ୍ୟନ୍ତ ଉଦାସୀନ । ଆପଣ ସେହି ସ୍ଥାନରେ ବ୍ୟାପିଥିବା ନକାରାତ୍ମକତା ଅନୁଭବରୁ ରକ୍ଷା ପାଇପାରିବେ ନାହିଁ । ଆକାଶରେ ଚନ୍ଦ୍ର ଦେଖାଯିବା ପରେ, ଏହି ସମୁଦ୍ର କୂଳରେ କୌଣସି ମଣିଷକୁ ଦେଖି ପାରିବେ ନାହିଁ ।

ଲୋକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ, ସେମାନେ ସମୁଦ୍ର କୂଳରୁ ଅଜବ ଶବ୍ଦ ଶୁଣିଛନ୍ତି। ରାତି ଅଧରେ କାନ୍ଦିବା ଏବଂ ହସିବାର ଶବ୍ଦ ଆସେ । କେବଳ ଏତିକି ନୁହେଁ, ସ୍ଥାନୀୟ ଲୋକମାନେ ମଧ୍ୟ କୁହନ୍ତି ଯେ, ଏହି ସମୁଦ୍ର କୂଳରେ ଅନେକ ଆତ୍ମା ​​ବାସ କରନ୍ତି । ରାତିରେ କେହି ଏଠାକୁ ଯାଆନ୍ତି ନାହିଁ।

ଏହି ବେଳାଭୂମି ସୁରଟ ସହରଠାରୁ ପ୍ରାୟ କୋଡିଏ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏଠାରେ ପହଞ୍ଚିବାକୁ ମାତ୍ର ଅଧ ଘଣ୍ଟା ସମୟ ଲାଗିଥାଏ । ସହରରୁ ଡୁମସ୍ ବିଚ୍ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ମଧ୍ୟ ଉପଲବ୍ଧ ଅଛି ।

 

 

Comments are closed.