ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର ଗୁରୁମନ୍ତ୍ର ଦେଇଛନ୍ତି । କୋହଲି ବାରମ୍ବାର ଅଫ ସାଇଡ ବଲ ଖେଳିବାକୁ ଚେଷ୍ଟା କରି ଆଉଟ ହୋଇଛନ୍ତି । ଗାଭାସ୍କର ପରାମର୍ଶ ଦେଇଛନ୍ତି ଯେ, କୋହଲି ଅଫ ସାଇଡ ଶଟ ଖେଳିବା ବେଳେ ତାଙ୍କ ବ୍ୟାଟର ମୂହଁ ଖୋଲା ରହୁଛି । ଯାହା ଫଳରେ ସ୍ନିକ ହେବା ସମ୍ଭାବନା ଅଧିକ ରହୁଛି । ଏହା ଉପରେ କୋହଲି ଧ୍ୟାନ ଦେଲେ ଖୁବ ଶୀଘ୍ର ବଡ ସ୍କୋର କରିବେ ବୋଲି ଗାଭାସ୍କର କହିଛନ୍ତି । ପ୍ରଥମ ମ୍ୟାଚରେ କୋହଲି ମାତ୍ର ୨୨ ରନ କରି ବାଂଲାଦେଶ ସ୍ପିନର ରିଶାଦ ହୁସେନଙ୍କ ବଲରେ ଆଉଟ ହୋଇଥିଲେ ।
କୋହଲିଙ୍କ ଶଟ ଚୟନ ନେଇ ମଧ୍ୟ ଲିଟିଲ ମାଷ୍ଟର ଚିନ୍ତା ବ୍ୟକ୍ତ କରିଥିଲେ । କୋହଲି ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଓ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସମାନ ଢ଼ଙ୍ଗରେ ଆଉଟ ହୋଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ବ୍ୟାଟିଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ସେ ମଧ୍ୟ ଏହା ହୃଦୟଙ୍ଗମ କରି ଅଭ୍ୟାସ ସେଶନରେ ୩ ଘଂଟା ଆଗରୁ ଆସି ପ୍ରାକ୍ଟିଶ କରିଥିଲେ ।
Comments are closed.