Latest Odisha News

BREAKING NEWS

ବିଦେଶ ମାଟିରେ ପୁଣି ଚମକିଲା ଭାରତ, ଶଙ୍କର ମହାଦେବନ୍ ଓ ଜାକିର ହୁସେନ୍ ଜିତିଲେ ଗ୍ରାମୀ ୨୦୨୪

ନୂଆଦିଲ୍ଲୀ: ଗ୍ରାମୀ ପୁରସ୍କାର ୨୦୨୪ରେ ଭାରତ ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଥିଲା | ଭାରତୀୟ ସଂଗୀତକାର ଶଙ୍କର ମହାଦେବନ ଏବଂ ଜାକିର ହୁସେନ୍‌ଙ୍କ ଫ୍ୟୁଜନ୍ ବ୍ୟାଣ୍ଡ ‘ଶକ୍ତି’ ସେମାନଙ୍କର ସର୍ବଶେଷ ରିଲିଜ୍ ‘ଦିସ୍ ମୋମେଣ୍ଟ’ ପାଇଁ ‘ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍’ ପାଇଁ ଗ୍ରାମୀ ପୁରସ୍କାର ଜିତିଛନ୍ତି । ସେ ସୁଜାନା ବାକା, ବୋକାଣ୍ଟେ, ବର୍ନା ବଏ ଏବଂ ଡେଭିଡୋଙ୍କ ପରି କଳାକାରଙ୍କ ସହ ଗ୍ରାମୀ ଦୌଡରେ ମନୋନୀତ ହୋଇଥିଲେ | ଲସ୍ ଆଞ୍ଜେଲସରେ ୬୬ ତମ ଗ୍ରାମୀ ପୁରସ୍କାର ୨୦୨୪ ଅନୁଷ୍ଠିତ ହେଉଛି | ଦିସ୍ ମୋମେଣ୍ଟରେ ଗୀଟାର ବାଦକ ଜନ୍ ମ୍ୟାକ୍ ଲୌଗଲିନ୍, କଣ୍ଠଶିଳ୍ପୀ ଶଙ୍କର ମହାଦେବନ୍, ପରକ୍ୟୁସିନିଷ୍ଟ ଭି ସେଲଭାଗାନେଶ ଏବଂ ବୀଣାକାର ଗଣେଶ ରାଜାଗୋପାଲାନ୍ ଙ୍କ ଦ୍ୱାରା ରଚିତ ୮ ଟି ଗୀତ ରହିଛି। ଏହା ସହ ତବଲା ବାଦକ ଜାକିର ହୁସେନ୍‌ଙ୍କ ନାମରେ ବର୍ତ୍ତମାନ ତିନୋଟି ଗ୍ରାମୀ ପୁରସ୍କାର ଥିବାବେଳେ ବାଂଶୁରୀ ବାଦକ ରାକେଶ ଚୌରାସିଆଙ୍କ ନାମରେ ମୋଟ ଦୁଇଟି ଗ୍ରାମୀ ପୁରସ୍କାର ରହିଛି।

ଏହି ଖବରକୁ ପ୍ରଥମେ ଲସ୍ ଆଞ୍ଜେଲସରେ ଆୟୋଜିତ ସମାରୋହରେ ଯୋଗ ଦେଉଥିବା ଭାରତୀୟ ସଂଗୀତଜ୍ଞ ତଥା ଗ୍ରାମି ବିଜେତା ରିକି କେଜ୍ ସେୟାର କରିଥିଲେ। ଦର୍ଶକଙ୍କ ସହ ସେହି ବିଜୟର ମୁହୂର୍ତ୍ତକୁ ସେୟାର କରି ରିକି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ, ଶକ୍ତି ଗ୍ରାମୀ ୨୦୨୪ ଜିତିଛି । ଏହି ଆଲବମ୍ ମାଧ୍ୟମରେ ୪ଜଣ ବିଶିଷ୍ଠ ଭାରତୀୟ ସଙ୍ଗୀତଜ୍ଞ ମଧ୍ୟ ଏହି ଗ୍ରାମୀ ଆୱାର୍ଡ ଜିତିଛନ୍ତି । ଶଙ୍କର ମହାଦେବନ୍, ଭି ସେଲଭାଗାନେଶ, ଗଣେଶ ରାଜାଗୋପାଲାନ୍ ଓ ଉସ୍ତାଦ୍ ଜାକିର୍ ହୁସେନ୍ । ଉସ୍ତାଦ୍ ଜାକିର ହୁସେନ୍ ବିଶିଷ୍ଠ ବଂଶୀ ବାଦକ ରାକେଶ ଚୌରାସିଆଙ୍କ ସହ ଦ୍ୱିତୀୟ ଗ୍ରାମି ଜିତିଛନ୍ତି।

ପୁରସ୍କାର ଗ୍ରହଣ ପରେ ଶଙ୍କର ମହାଦେବନ ତାଙ୍କ ଅଭିଭାଷଣରେ ପତ୍ନୀଙ୍କୁ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି। “ଏଠି ସହିତ ନିଜର ଟିମ୍ ଏବଂ ଭଗବାନ, ପରିବାର, ବନ୍ଧୁ ଏବଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଆମେ ଭାରତ ପାଇଁ ଗର୍ବିତ। ମୁଁ ଏହି ପୁରସ୍କାରକୁ ମୋ ପତ୍ନୀଙ୍କୁ ଉତ୍ସର୍ଗ କରିବାକୁ ଚାହେଁ, ଯାହାଙ୍କୁ ମୋର ସଙ୍ଗୀତର ପ୍ରତ୍ୟେକ ନୋଟ୍ ଉତ୍ସର୍ଗ କରାଯାଇଛି ବୋଲି ଶଙ୍କର କହିଛନ୍ତି।

 

Leave A Reply

Your email address will not be published.