Latest Odisha News

BREAKING NEWS

ଚୀନ ବିଦେଶ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ ! ଜିନ ପିଙ୍ଗଙ୍କୁ ଦେଇଥିଲେ ସାଂଘାତିକ ତଥ୍ୟ

ବେଜିଂ:ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହେବାର ଆଜକୁ ୫ ମାସ ହୋଇଗଲାଣି  । ଦୀର୍ଘ ମାସ ପରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ବିଦେଶ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ ହୋଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, କିନ ଗାଙ୍ଗ ରଷର ସ୍ପାଇ ବାରର ଶିକାର ହୋଇଛନ୍ତି । କିନ ଗାଙ୍ଗ ଚୀନର ବିଦେଶ ନୀତିରେ ୟୁକ୍ରେନକୁ ସମର୍ଥନ ଦେଉଥିଲେ । ଏହାକୁ ନେଇ ପୁଟିନ କ୍ଷୁବ୍ଧ ଥିଲେ । ଏସବୁ ମେ’ ମାସରେ ଆରମ୍ଭ ହୋଇଥିଲା ଯେତେବେଳେ ଚୀନର ଏକ ପ୍ରତିନିଧି ମଣ୍ଡଳ ୟୁକ୍ରେନ ଯାଇ ରାଷ୍ଟ୍ରପତି ବୋଲଦମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ ।

ଏହାର ନେତୃତ୍ୱ ପୂର୍ବ ଚୀନର ରାଜଦୂତ ଲି ହୁଇ ନେଇଥିଲେ । ବେଜିଂ ଯେ ରୁଷ-ୟୁକ୍ରେନ ଯୁଦ୍ଧରେ ନିଜ ପକ୍ଷ ବଦଳାଉଛି  ଏହି ବୈଠକ ତାର ପ୍ରଥମ ସଙ୍କେତ ଥିଲା । ଏହି ବୈଠକ ପରେ ଜି-୭ ବୈଠକରେ ଜାପାନ ଯିବା ପାଇଁ ଜେଲେନସ୍କିଙ୍କୁ ଚୀନ ତାର ବିମାନ ବନ୍ଦର ଉପଯୋଗ କରିବା ପାଇଁ ଅନୁମତି ଦେଇଥିଲା   । ଏହି ବୈଠକରେ ଜେଲେନସ୍କି ରୁଷ ଉପରେ ଜୋରଦାର ବର୍ଷିଥିଲେ ଏବଂ ଅଧିକ ସହାୟତା ପାଇଁ ଅପିଲ କରିଥିଲେ ଯାହା ରୁଷକୁ ପସନ୍ଦ ନ ଥିଲା । ଏହି ସମୟରେ ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଚୀନ ଇଚ୍ଛ ପ୍ରକାଶ କରିଥିଲା ଯାହା ପୁଟିନଙ୍କୁ ନିରାଶ କରିଥିଲା ।

ଚୀନ-ରୁଷ ସମ୍ପର୍କ ଏମିତି ଏକ ସନ୍ଦିକ୍ଷଣ ମୁହର୍ତ୍ତରେ ଥିବାବେଳେ ରୁଷ ବେଜିଂକୁ ଗୁପ୍ତ ସୂଚନା ଦେଇଥିଲା ଯେ, କିନ ଗାଙ୍ଗଙ୍କ ସହ ଆମେରିକାର ସମ୍ପର୍କ ରହିଛି ।  ବିଶେଷ ସୂତ୍ରରୁ ପ୍ରମାଣ ପାଇବା ପରେ ରୁଷ ଏହି ଦାବି କରିଥାଇପାରେ । ତେବେ ରୁଷର ଏହି ସୂଚନା ଚୀନକୁ ଏମିତି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ।  ଅବଶ୍ୟ ଏକଥା ସ୍ପଷ୍ଟ ହାଇନାହିଁ ଯେ, ରୁଷ ଗୁଇନ୍ଦା ସଂସ୍ଥା ଚୀନୁ କି ପ୍ରମାଣ ଦେଖାଇଛି  ।

ତେବେ ଅଧିକ ସମ୍ଭାବନା କରାଯାଉଛି ଯେ, ଚୀନର ହାଇ ପ୍ରୋଫାଇଲ ଟିଭି ଆଙ୍କରଙ୍କ ସହ କିନଙ୍କ ସମ୍ପର୍କକୁ ନେଇ କିଛି ତଥ୍ୟ ଦେଇଥିବ । ପାଶ୍ଚାତ୍ୟ ମିଡିଆ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କିନ ଗାଙ୍ଗଙ୍କୁ ଆମେରିକାର ଜଣେ ସରୋଗଟ ମା’ଙ୍କ ସହାୟତାରେ ଟିଭି ଆଙ୍କରଙ୍କ ସନ୍ତାନ ପ୍ରାପ୍ତ ହୋଇଥିଲା । ଏହି ମହିଳା ଆମେରକା ଏବଂ ବ୍ରିଟେନରେ ରହୁଥିଲେ । ରୁଷ ବୋଧହୁଏ ଏହା କହିଥିଲା ଯେ, କିନ ଗାଙ୍ଗଙକୁ ଏମିତି ଜଣେ ମହିଳା  ପ୍ରଭାବିତ କରିଛନ୍ତି ଯିଏ ପାଶ୍ଚାତ୍ୟ ଦେଶର ଅତି ନିକଟତର ଥିଲେ ।

Leave A Reply

Your email address will not be published.