Latest Odisha News

BREAKING NEWS

ଗାଁ ଦାଣ୍ଡରେ ବୃଦ୍ଧାଙ୍କୁ ମାଡ

ପୁଣି ଲଜ୍ଜା । ବୟସର ଅପରାହ୍ନରେ ପହଂଚିଥିବା ଜଣେ ବୃଦ୍ଧାଙ୍କୁ ପୁଣି ଥରେ ଗାଁ ଦାଣ୍ଡରେ ନିର୍ଯାତିତ କରାଯାଇଛି । ଆଉ ଏହି କାଣ୍ଡ ଭିଆଇଛନ୍ତି ଖୋଦ୍ ବୃଦ୍ଧାଙ୍କ ସମ୍ପର୍କୀୟ । ଘଟଣା ଖୁବ ଲଜ୍ଜା ଜନକ ଓ ଅମାନବୀୟ । ବୃଦ୍ଧା ଜଣଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିବା ସହ ଏକ ମୋଟା ଦଉଡିରେ ଖୁଣ୍ଟରେ ବାନ୍ଧି ଦିଆଯାଇଛି । ଘଟଣା ଘଟିଛି ଯାଜପୁର କୋରେଇର ଶିଶୁଆ ଗାଁରେ । ବୃଦ୍ଧାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହ ଜାଗାବାଡି ନେଇ ତିକ୍ତତା ଲାଗି ରହିଥିଲା ।

ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହେବା ସହିତ ଘଟଣା କୋର୍ଟରେ ମାମଲାଧୀନ ରହିଛି । ହେଲେ ହଠାତ୍ ଘରେ କେହି ନଥିବା ବେଳେ ଏହି ସମ୍ପର୍କୀୟ ସେଠାରେ ୨୦ ଜଣ ଲୋକଙ୍କୁ ନେଇ ପହଂଚି ମାରଣାସ୍ତ୍ର ଦେଖାଇ ବୃଦ୍ଧାଙ୍କୁ ଦେଇଛନ୍ତି ଅକଥନୀୟ ନିର୍ଯାତନା । ଘରୁ ସମସ୍ତ ଆସବାବପତ୍ର ଫିଙ୍ଗି ଦେବା ସହିତ ସୁନା ଗହଣା ଲୁଟି ନେଇଛନ୍ତି । ବୃଦ୍ଧା ଜଣକୁ ଏକ ଶକ୍ତ ଦଉଡିରେ ବାନ୍ଧି ଫେରାର ହୋଇଯାଇଛନ୍ତି । ଘଟଣା ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ଏନେଇ ଘଟଣା ସ୍ଥଳରେ ପୁଲିସ ପହଂଚିବା ପରେ ଘଟଣାର ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.