Latest Odisha News

କ୍ରୀଡା ମହାକୁମ୍ଭରେ ମହା ରାଜନୀତି, ଇସ୍ରାଏଲ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ମନା କଲେ ସୁଡାନର ଜୁଡାକୋ

ଟୋକିଓ: କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସରେ ବି ରାଜନୀତି ପସିଛି । ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ନିରପେକ୍ଷ ସ୍ଥାନରେ ବି ତାର କଳଙ୍କ ରୂପ ଦେଖାଇଛି । ଜୁଡୋ ୭୩ କିଗ୍ରା କାଟାଗୋରୀରେ ଇସ୍ରାଏଲର ତୋହରା ବୁଟବୁଲ ବିପକ୍ଷରେ ସୁଡାନର ମହମ୍ମଦ ଅବଦୁଲ ରସେଲ ଖେଳିବା ପାଇଁ ମନା କରି ଦେଇଥିଲେ । ଏହା ପଛରେ ଉପରୋକ୍ତ ବିବାଦ ଥିବା ଅନୁମାନ କରାଯାଉଛି । ଇସ୍ରାଏଲ ଖେଳାଳିଙ୍କ ର‌୍ୟାଙ୍କିଙ୍ଗ ୭ ଥିବା ବେଳେ ସୁଡାନ ଜୁଡାକୋଙ୍କ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ ୪୬୯ ।

ପୂର୍ବରୁ ଆଲଜେରିଆର ଫେଥି ନୌରିନ ମଧ୍ୟ ଓହରି ଯାଇଥିଲେ । ଆନ୍ତର୍ଜାତୀୟ ଜୁଡୋ ଫେଡେରେଶନ ଅଲିମ୍ପିକ ପରେ ଜୁଡାକୋ ଏବଂ କୋଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇ ସାରିଛି । ଅଲିମ୍ପିକ୍ସ ଆୟୋଜକ କମିଟି ଏବଂ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ମଧ୍ୟ ଏହି ଘଟଣା ନେଇ କଠୋର ପଦକ୍ଷେପ ଗ୍ରହଣ କରିପାରେ ।

Leave A Reply

Your email address will not be published.