ଭୁବନେଶ୍ୱର: ଗତ ଶନିବାର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ଜଙ୍ଗଲି ହାତୀ ଗୁରୁତର ଭାବେ ଆହତ କରିଥିଲା । ଆସାମର ଧୁବୁରୀ ଜିଲ୍ଲା ତାମାରହାଟରୁ ସାମ୍ନାକୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରେ ଗୋଟିଏ ଦନ୍ତା ହାତୀର କ୍ରୋଧ ଜର୍ଜରିତ କାରନାମା ଦେଖିବାକୁ ମିଳିଛି ।
ଏହି ଘଟଣାରେ ଆହତ ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ହାତୀ କାହିଁକି ଆକ୍ରମଣ କରିଥିଲା, ସେ ନେଇ ସ୍ପଷ୍ଟ ହୋଇପାରିନି । ତେବେ ନିକଟରେ ଛିଡା ହୋଇଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଏହି ଘଟଣାକୁ କ୍ୟାମେରାରେ କଏଦ କରିବାରେ ସଫଳ ହୋଇଥିଲେ ।
ଗୋଡାଇ ମାରିଲା ଦନ୍ତା…
Wild elephant chases, attacks man#ViralAlert #ViralVideo #ElephantAttack #OdishaSambad #OdishaSambadNews pic.twitter.com/mY0eod0Gel— Odisha Sambad (@Odisha_Sambad) December 20, 2021
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆହତ ବ୍ୟକ୍ତି ଜଣକ ଚାଷ ବିଲରେ କାମ କରୁଥିବା ସମୟରେ ଗୋଟିଏ ହାତୀ ତାଙ୍କ ପିଛା କରିଥିଲା । ଜୀବନ ବଂଚାଇବା ପ୍ରୟାସରେ ବ୍ୟକ୍ତି ଜଣକ ଧାଇଁଥିଲେ ହେଁ କିଛି ବାଟ ପରେ ତଳେ ପଡିଯାଇଥିଲେ । ଯାହା ପରେ ଜଙ୍ଗଲି ଦନ୍ତାହାତୀ ତାଙ୍କୁ ଶୁଣ୍ଢରେ ଓ ଆଗ ଗୋଡ ଜରିଆରେ ଗଭୀର ଭାବେ ଆହତ କରିଥିଲା ।
Comments are closed.