Latest Odisha News

BREAKING NEWS

ଶିମିଳିପାଳକୁ ଆସିବ ଆଉ ଏକ ବାଘୁଣୀ

ମୟୂରଭଞ୍ଜ: ପୁଣି ଓଡ଼ିଶା ଆସିବ ଆଉ ଏକ ବାଘୁଣୀ। ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଏହି ବାଘୁଣୀ। ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ ମହାରାଷ୍ଟ୍ର ଗସ୍ତ କରିଛନ୍ତି।

ସେମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସକ ଅଭିଳାଷ ଆଚାର୍ଯ୍ୟ ଏବଂ ଡେପୁଟି ରେଞ୍ଜର ଦୀପ୍ତିମାନ ପଣ୍ଡା ଅନ୍ତର୍ଭୁକ୍ତ। ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତ ମାସରେ ଆଉ ୫ଟି ବାଘୁଣୀ ଆସିଥିଲେ। ରାଜ୍ୟରେ ବାଘ ବଂଶ ବିସ୍ତାର ହେବା ଉଦ୍ଦେଶ୍ୟରେ ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଅଣାଯାଇଥିଲା। ୨୦୨୪ର ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା । ଏହି ପୃଥକ ଭାବରେ, ଗଣନା ସମୟରେ ଶିମିଳିପାଳରେ ୮ଟି ବେଙ୍ଗଲ ବାଘର ଛୁଆ ଦେଖାଯାଇଥିଲେ ।

 

Comments are closed.