ବ୍ରହ୍ମପୁର:ଗତ ସାଧାରଣ ନିର୍ବାଚନରେ ଟିକେଟ୍ କଟିବା ପରେ ବ୍ରହ୍ମପୁର ରାଜନୀତିରୁ ଦୂରେଇ ଯାଇଥିବା ଦୁଇ ଥରର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପୁଣି ଥରେ ଆବିର୍ଭାବ ଘଟିଛି। ବୁଧବାର ବ୍ରହ୍ମପୁରରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଘରେ ଆୟୋଜିତ ଏକ ପୂଜାରେ ସାମିଲ ହେବା ଏବଂ ଏହା ପରେ ଦୁଇଟି ବିଧାନସଭା(ଛତ୍ରପୁର ଏବଂ ଗୋପାଳପୁର)ର କେତେକ ବଛାବଛା ନେତାଙ୍କୁ ନେଇ ରୁଦ୍ଧଦ୍ବାର ବୈଠକ ସିଦ୍ଧାନ୍ତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର୍ ଧରିଛି। କେବଳ ବ୍ରହ୍ମପୁର କାହଁିକି, ଏକଦା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଥିବା ଓଡ଼ିଆ ଚଳଚିତ୍ର ଜଗତର ସୁପରଷ୍ଟାର୍ ସିଦ୍ଧାନ୍ତଙ୍କୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି।
ଡା. ଚ୍ୟାଉପଟ୍ଟନାୟକଙ୍କ ଭାବାନଗରସ୍ଥିତ ବାସଭବନରେ ଆୟୋଜିତ ପୂଜାରେ ବିଜେଡ଼ିର ଅନେକ ନେତା ଓ କର୍ମୀଙ୍କ ମଧ୍ୟରେ ଯେଉଁ ଗୋଟିଏ ଚେହେରା ସମସ୍ତଙ୍କୁ ଆକର୍ଷିତ କରିଥିଲା, ସେ ଥିଲେ ପୂର୍ବତନ ସାଂସଦ ସିଦ୍ଧାନ୍ତ। ହସି ହସି ସିଦ୍ଧାନ୍ତ ସମସ୍ତଙ୍କ ସହ କଥା ହୋଇଥିଲେ। ଏହି ସମୟରେ କେତେଜଣ ସାମ୍ବାଦିକ ଓ ଦଳୀୟ କମକର୍ତ୍ତାଙ୍କ ସହ ଆଲୋଚନା ବେଳେ ସେ କହିଥିଲେ, ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶରେ ମୁଁ କାର୍ଯ୍ୟ କରୁଛି। ଗଞ୍ଜାମ ଗସ୍ତ ନେଇ ଅନୁମତି ମିଳିବା ପରେ ଡା.ଚ୍ୟାଉପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଛି ବୋଲି କହିଥିଲେ। ଏହା ପରେ ବ୍ରହ୍ମପୁର ସହର ଉପକଣ୍ଠ ଜଗନ୍ନାଥପୁରସ୍ଥିତ ଡାକବଙ୍ଗଳାରେ ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀର କେତେକ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଦଳର ସାଂଗଠନିକ ସ୍ଥିତି ଓ ଅଞ୍ଚଳ ବିକାଶ ନେଇ ଆଲୋଚନା କରିଥିଲେ। ଉକ୍ତ ଦୁଇ ନିର୍ବାଚନ ମଣ୍ଡଳୀ ଉପରେ ପୂର୍ବତନ ସାଂସଦଙ୍କ ପୂର୍ବରୁ ବହୁତ ଦବ୍ଦବା ରହିଥିଲା। ଯେଉଁଥିପାଇଁ ତାଙ୍କ ପଛରେ ଏକ ଦଳୀୟ ଶିବିରରେ ଓ ସାଧାରଣ ଲୋକଙ୍କ ସମର୍ଥନ ରହିଥିବା କୁହାଯାଉଛି। ବର୍ତ୍ତମାନ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଲାଣି। ଗୋପାଳପୁରରେ ଦଳର ସ୍ଥିତି ଭଲ ନାହିଁ। ଏଣୁ ଉଭୟ ନିର୍ବାଚନ ମଣ୍ଡଳୀ ସଂପର୍କରେ ସେ ଆଲୋଚନା କରିଥିଲେ। ଜିଲାରେ ଅନେକ ବରିଷ୍ଠ ନେତା ରହିଥିଲେ ମଧ୍ୟ ସାଂଗଠନିକ ସ୍ଥିତି ନେଇ ସିଦ୍ଧାନ୍ତଙ୍କ ସମୀକ୍ଷାକୁ ନେଇ ନାନା ପ୍ରଶ୍ନ ଉଠିଛି। ବ୍ରହ୍ମପୁର ରାଜନୀତିକୁ ଫେରିବା ପାଇଁ ତାଙ୍କୁ ସବୁଜ ସଙ୍କେତ ମିଳିଥିବା ନେଇ ମଧ୍ୟ ତାଙ୍କ ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ବର୍ତ୍ତମାନର ସାଂସଦ ଚନ୍ଦ୍ରଶେଖର ଆଉ ସାଂସଦ ପ୍ରାର୍ଥୀ ହେବାକୁ ଚାହୁଁନଥିବା ନେଇ ବିଜେଡ଼ି ମହଲରେ ଆଲୋଚନା ହେଉଛି। ସେ ବିଧାୟକ ପାଇଁ ଆଶାୟୀ ଥିବା ଯୋଗୁ ପୁଣିଥରେ ସିଦ୍ଧାନ୍ତଙ୍କ ସାଂସଦ ପ୍ରାର୍ଥୀ ପାଇଁ ଦଳ ପ୍ରସ୍ତୁତ ହେଉଥିବା ବିଜେଡ଼ି ଶିବିରରେ ଶୁଣିବାକୁ ମିଳୁଛି।
ଏନେଇ ଜିଲା ବିଜେଡ଼ି ସଭାପତି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ, ସିଦ୍ଧାନ୍ତ ବିଜେଡ଼ିର ଜଣେ ନେତା। ୧୦ ବର୍ଷ ସାଂସଦ ଥିଲେ। ସେ ଦଳକୁ ସୁଦୃଢ଼ କରିବାକୁ କାମ କରୁଛନ୍ତି। କିଏ କୌଣସି ଅଞ୍ଚଳରେ ସକ୍ରୀୟ ହେଲେ, ଟିକେଟ୍ ପାଇଯିବେ, ସେମିତି କିଛି ନାହିଁ। ନବୀନ ପଟ୍ଟନାୟକ ଯାହାଙ୍କୁ ଚାହଁିବେ, ସେ ହିଁ ଟିକେଟ୍ ପାଇବେ ବୋଲି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି। କିନ୍ତୁ ଟିକେଟ୍ ବଣ୍ଟନରେ ବୈପ୍ଲବିକ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
୨୦୦୯ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ ସିଦ୍ଧାନ୍ତ। ଦଳ ତାଙ୍କୁ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ କରିଥିଲା। କଂଗ୍ରେସର ତୁଙ୍ଗ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ସିଦ୍ଧାନ୍ତଙ୍କୁ ୪୫ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଚନ୍ଦ୍ରଶେଖରଙ୍କୁ ୩୭ ପ୍ରତିଶତ ଭୋଟ୍ ମିଳିଥିଲା। ପରେ ୨୦୧୪ ମସିହାରେ ପୁଣିଥରେ ଚନ୍ଦ୍ରଶେଖରଙ୍କୁ ପରାସ୍ତ କରିଥିଲେ ସିଦ୍ଧାନ୍ତ। ତାଙ୍କୁ ୪୪ପ୍ରତିଶତ ଭୋଟ୍ ମିଳିଥିବା ବେଳେ ଚନ୍ଦ୍ରଶେଖରଙ୍କୁ ୩୦ପ୍ରତିଶତ ଭୋଟ୍ ମିଳିଥିଲା। ତେବେ ୨୦୧୮ ମସିହାରେ ବିଜେଡ଼ିରେ ସାମିଲ ହୋଇଥିଲେ ଚନ୍ଦ୍ରଶେଖର। ୨୦୧୯ ନିର୍ବାଚନରେ ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଆଉ ଏହା ପରଠୁ ରାଜନୀତିରୁ ଦୂରେଇ ଯାଇଥିଲେ ସିଦ୍ଧାନ୍ତ।
BREAKING NEWS
- “ଶ୍ରୀ ରାମଭୂମି” ଫିଲ୍ମର ଫାଷ୍ଟ ଲୁକ୍ ସେୟାର କଲେ ଅନୁପମ ଖେର
- ପୂନର୍ବାର ଭାଙ୍ଗିଲା ଏହି ମହାନ ଖେଳାଳିଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ସ୍ୱପ୍ନ
- Vietnam Boat Tragedy: ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ…
- ନିର୍ମାଣଧୀନ ପାଇଖାନା ଟାଙ୍କିରେ ପଡି ୨ ଶ୍ରମିକ ମୃତ
- Expired Biscuits Seized: ବିପୁଳ ପରିମାଣର ଅବଧି ନଥିବା ନକଲି ବିସ୍କୁଟ ଜବତ, ୨ ଅଟକ
- Speedboat capsizes in Vietnam:ବୁଡ଼ିଗଲା ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୧୫ ମୃତ, ହେଲ୍ପଲାଇନ୍ ନମ୍ବର ଜାରି
- ଭାରତୀୟ ନୌସେନାରେ ସାମିଲ INS ମହେନ୍ଦ୍ରଗିରି
- ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୋଲିସ ଡିଜି
- ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…
- ୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ
Comments are closed.