Latest Odisha News

ନିଦରୁ ଉଠିବେ ବିକ୍ରମ ଓ ପ୍ରଜ୍ଞାନ: ଇସ୍ରୋ ଆରମ୍ଭ କଲା ପ୍ରକ୍ରିୟା

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରାୟ ଦୁଇ ସପ୍ତାହ ବ୍ୟବଧାନରେ ରାତି ପାହି ସକାଳ ହୋଇଛି । ତେଣୁ ଲାଣ୍ଡର ବିକ୍ରମ ସହ ପ୍ରଜ୍ଞାନକୁ ଉଠାଇବା ପାଇଁ ଇସ୍ରୋ ପ୍ରୟାସ ଜାରି ରଖିଛି । ଇସ୍ରୋ ସହିତ ୟୁରୋପୀୟ ସ୍ପେସ ଏଜେନ୍ସି ମଧ୍ୟ ବିକ୍ରମ-ପ୍ରଜ୍ଞାନକୁ ଉଠାଇ ଚନ୍ଦ୍ରମାର ବିଭିନ୍ନ ତଥ୍ୟ ହାସଲ କରିବାରେ ସାହାଯ୍ୟ କରିଛି ।

ଇସ୍ରୋର ସୂଚନା ଅନୁସାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏବେ ତାପମାତ୍ରା -୨୦୦ ଡିଗ୍ରୀ ରହିଛି ଏବଂ ବର୍ତ୍ତମାନ ସେଠାରେ ପବନ ଆଦୌ ନାହିଁ । ବର୍ତ୍ତମାନ ବିକ୍ରମ ଓ ପଜ୍ଞାନକୁ ଉଠାଇବାକୁ ପ୍ରତିକୂଳ ପରିସ୍ଥିତି । ସେପ୍ଟେମ୍ବର ୪ରୁ ସୁପ୍ତ ଅବସ୍ଥାରେ ରହିଥିବା ବିକ୍ରମ ଓ ପ୍ରଜ୍ଞାନର ଯନ୍ତ୍ରପାତି ସକ୍ରିୟ ହୋଇପାରିବ କି ନାହିଁ ତାହା ଏବେ ସନ୍ଦେହ ଘେରରେ । ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସକ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିଛି ଇସ୍ରୋ ।

ଉଭୟକୁ ୩୦ରୁ ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା ସହ ଯୋଗାଯୋଗ ସ୍ଥାପନ ଉଦ୍ୟମ ଚାଲିଛି । ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏହାର ବ୍ୟାଟେରୀକୁ ଚାର୍ଜ କରିବା ଉଦ୍ୟମ ହେଉଛି । ଯଦି ଏହା ସମ୍ଭବ ହୁଏ ତେବେ ଦିନେ ଦୁଇ ଦିନ ପରେ ବିକ୍ରମ ଓ ପ୍ରଜ୍ଞାନ ପୁଣି ଜାଗ୍ରତ ହୋଇପାରିବେ । ଆଉ ଏଥିରେ ସଫଳ ହେଲେ ଇସ୍ରୋ ପୁଣି ଏକ ଇତିହାସ ସୃଷ୍ଟି କରିବ ବୋଲି ଆଶା ରଖିଛି ।

ସୂଚନା ଅନୁସାରେ, ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ଜହ୍ନ ରାଇଜର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇସ୍ରୋକୁ ପଠାଇଛି ଲାଣ୍ଡର ବିକ୍ରମ । କିନ୍ତୁ ବର୍ତ୍ତମାନ ପୁଣିଥରେ ଚନ୍ଦ୍ରଦିବସ ଆରମ୍ଭ ହୋଇଛି ତେଣୁ ଖୁବଶୀଘ୍ର ଭାରତର ଚନ୍ଦ୍ରଯାନ-୩ ନିଜ କାମ କରିବା ମଧ୍ୟ ଆରମ୍ଭ କରିପାରନ୍ତି । ଏହାଦ୍ୱାରା ପୁଣିଥରେ ଇସ୍ରୋ ଚନ୍ଦ୍ର ସମ୍ପର୍କରେ ନୂଆ ତଥ୍ୟ ହାସଲ କରିବ ବୋଲି ଆଶା ରହିଛି ।

 

Leave A Reply

Your email address will not be published.