Latest Odisha News

BREAKING NEWS

ହିମାଚଳପ୍ରଦେଶ ମଣ୍ଡିରେ ଭୂସ୍ଖଳନ, ଚମ୍ବାରେ ୩ଜଣଙ୍କ ମୃତ୍ୟୁ , ଧର୍ମଶାଳାରେ ୩୫ ମିଲିମିଟର ବର୍ଷା ରେକର୍ଡ

ଶିମଲା : ହିମାଚଳ ପ୍ରଦେଶ ଶିମଲାରେ ମୌସୁମୀ ବିଦାୟ ନେବାର ବେଳ । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ପାଗ ମେଘୁଆ ରହିଛି  । ଆସନ୍ତା ୫ଦିନ ପାଇଁ ଶିମଲାର କେତେକ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ସୂଚନା ଅନୁସାରେ ୧୨ ଘଣ୍ଟାରେ କାଙ୍ଗଡାର ଧର୍ମଶାଳାରେ ୩୫ ମିଲିମିଟର ବର୍ଷା , ମଣ୍ଡିର ଗୋହରରେ ୨୬ ମିଲିମିଟର ଓ ଯୋଗିନ୍ଦ୍ରନଗରରେ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥରେ ମାଣ୍ଡି ଜିଲ୍ଲାର ନିକଟ ପାହାଡରୁ ପଥର ଖସି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ମାଣ୍ଡିର ବାଲ ଘାଟିର ଭରତା ଗାଁର ବାସିନ୍ଦା ଚିଣ୍ଟ ରାମ ଏବଂ ତାଙ୍କ ପତ୍ନୀ ମାୟା ଦେବୀ ନାଗୱେନରୁ ଘରକୁ ଫେରୁଥିଲେ। ସେମାନେ ୬ କିଲୋମିଟର ଦୂରରେ ପହଞ୍ଚିବା ପରେ ପାହାଡରୁ ହଠାତ୍ କିଛି ପଥର ଖସିଥିଲା  । ଯାହାଫଳରେ କି ଦମ୍ପତି ଆହତ ହୋଇଥିଲେ। ମାୟା ଦେବୀଙ୍କ ଗୋଡ, ବାହୁ ଏବଂ ମୁହଁରେ ଆଘାତ ଲାଗିଥିବାବେଳେ ଚିଣ୍ଟ ରାମଙ୍କ ଗୋଡରେ ଆଘାତ ଲାଗିଛି। ରାସ୍ତା ସଫା ଲାଗି ଗତକାଲି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ବନ୍ଦ ରହିଥିଲା  । ସେପଟେ ଚମ୍ବାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ସୂଚନାନୁସାରେ ଜୁନ୍ ୨୪ ତାରିଖରେ ହିମାଚଳ ପ୍ରଦେଶ ମୌସୁମୀ ପ୍ରବେଶ କରିଥିଲା  । ସେବେଠାରୁ ରାଜ୍ୟରେ ବର୍ଷା ଯୋଗୁଁ ୮,୬୬୬ କୋଟି ଟଙ୍କା ମୂଲ୍ୟର ଧନ ସମ୍ପତ୍ତି ନଷ୍ଟ ହୋଇଛି  । ୪୫୮ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୩୫୨ ଜଣ ଆହତ ହୋଇଛନ୍ତି  । ଏବଂ ୩୯ ଜଣ ଏବେ ବି ନିଖେଜ ରହିଛନ୍ତି  । ତେବେ ଏଇ ମାସ ଶେଷ ସୁଦ୍ଧା ରାଜ୍ୟରୁ ମୌସୁମୀ ବିଦାୟ ନେବାର ଆଶଙ୍କା କରାଯାଉଛି  ।

Leave A Reply

Your email address will not be published.