Latest Odisha News

BREAKING NEWS

ତ୍ୱଚାର ସୁନ୍ଦରତା ବୃଦ୍ଧି ସହ ଦାଗ ଦୂର କରେ ଅମୃତଭଣ୍ଡା ତେଲ

ଅମୃତଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଅଧିକାଂଶ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅମୃତଭଣ୍ଡାକୁ ଫ୍ରୁଟ ସାଲାଡ଼ରେ ସାମିଲ କରନ୍ତି। ଅମୃତଭଣ୍ଡା କେବଳ ଯେ ଆମ ଶରୀର ପାଇଁ ଲାଭଦାୟକ ନୁହେଁ ବରଂ ଏହା ଚର୍ମ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ। ଆପଣ ଏହି ଫଳକୁ କଞ୍ଚା କିମ୍ବା ପାଚିଲା ରୂପେ ବ୍ୟବହାର କରିଥିବେ। କିନ୍ତୁ ଆପଣ ଜାଣନ୍ତି କି ଏହି ଫଳରୁ ତେଲ ମଧ୍ୟ ତିଆରି କରାଯାଏ ଏବଂ ଏହି ତେଲ ଆମ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଅମୃତଭଣ୍ଡା ତେଲର ଉପକାରିତା ବିଷୟରେ ।

ଧୂଳିମାଟି ଓ ପ୍ରଦୂଷଣର କାରଣରୁ ତ୍ୱଚା କଳା ପଡିଯାଏ। ଏହି କାରଣରୁ ତ୍ୱଚାର ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ। ତେବେ ଏହି ସମସ୍ୟା ଦୂର ପାଇଁ ଆମେ ବ୍ୟବହାର କରିବା ଅମୃତଭଣ୍ଡା ତେଲ। ସଫ୍ଟ ଏବଂ ସାଇନିଂ ତ୍ୱଚା ପାଇଁ ଅମୃତଭଣ୍ଡା ତେଲ ଅତ୍ୟନ୍ତ ପ୍ରଭାବଶାଳୀ। ଅମୃତଭଣ୍ଡା ତେଲ ଏହାର ମଞ୍ଜିରୁ ପ୍ରସ୍ତୁତ କରାଯାଏ। ଏହି ତେଲରେ ପ୍ରୋଟୋଲାଇଟିକ୍ ଏନଜାଇମ୍, ଓମେଗା 6, ଓମେଗା 3 ଏବଂ ଭିଟାମିନ୍ ଥାଏ। ଯଦି ଆପଣ ଚର୍ମ ସମ୍ବନ୍ଧୀୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଅମୃତଭଣ୍ଡା ତେଲ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ।

ଅମୃତଭଣ୍ଡା ତେଲ କିପରି ବ୍ୟବହାର କରିବେ…
ଅମୃତଭଣ୍ଡା ତେଲ ଲଗାଇବା ପାଇଁ ପ୍ରଥମେ ପାପୁଲିରେ ଏହାର କିଛି ବୁନ୍ଦା ତେଲ ନିଅନ୍ତୁ ଏବଂ ଏହାକୁ ହାଲୁକା ହାତରେ ନିଜ ତ୍ୱଚା କିମ୍ବା ଚର୍ମରେ ମାଲିସ୍ କରନ୍ତୁ। ତା ପରେ କିଛି ସମୟ ପାଇଁ ଏହାକୁ ଛାଡି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଚର୍ମର ରକ୍ତ ସଞ୍ଚାଳନ ମଧ୍ୟ ଭଲ ହେବ ଏବଂ ଆପଣଙ୍କ ସ୍କିନ ସାଇନିଂ କରିବ।

ଅମୃତଭଣ୍ଡା ତେଲ ତ୍ୱଚାର ରିଙ୍କଲ ପାଇଁ ପ୍ରଭାବଶାଳୀ…
ଏହି ତେଲରେ ଥିବା ଆଣ୍ଟି-ଏଜିଙ୍ଗ୍ ଉପାଦାନଗୁଡିକ ମଧ୍ୟ ଆମ ଚେହେରାରେ ଥିବା ରିଙ୍କଲ ସମସ୍ୟାକୁ ଦୂର କରାଇବ। ଏହି ତେଲକୁ ନିୟମିତ ପ୍ରୟୋଗ କଲେ ସ୍କିନ ଗ୍ଲୋଇଂ କରିବା ସହ ଆପଣଙ୍କ ତ୍ୱତାକୁ ଉଜ୍ୱଳ ରଖିବ।

ଦାଗରୁ ମୁକ୍ତି ପ୍ରଦାନ କରେ ଅମୃତଭଣ୍ଡା ତେଲ…
ତ୍ୱଚାର ଯେକୌଣସି ଦାଗରୁ ମୁକ୍ତି ପାଇବା ପାଇଁ ଅମୃତଭଣ୍ଡା ତେଲ ବ୍ୟବହାକ କରିପାରିବେ। ଏହି ତେଲ ବ୍ୟବହାର କରିବା ଦ୍ୱାରା ବ୍ଲାକହେଡସ୍ ଓ ବ୍ରଣ ଦାଗ ମଧ୍ୟ ଦୂର ହୋଇଥାଏ। ଏହା ବ୍ୟତୀତ ଅମୃତଭଣ୍ଡା ତେଲର ବ୍ୟବହାର ପୂରୁଣା ଦାଗକୁ ମଧ୍ୟ ହଟାଇବାରେ ସାହାଯ୍ୟ କରେ।

ଏକ୍ସଫୋଲିଏଟରେ ପ୍ରଭାବଶାଳୀ ଅମୃତଭଣ୍ଡା ତେଲ…
ଏହି ତେଲ ତ୍ୱଚାକୁ ଏକ୍ସଫୋଲିଏଟ କରିବା ପାଇଁ ମଧ୍ୟ ସାହାଯ୍ୟ କରେ। ଏହି କାରଣରୁ ଚର୍ମର ଗର୍ତ୍ତରେ ଜମା ହୋଇଥିବା ମଇଳା ମଧ୍ୟ ବାହାରି ଯାଏ। ଆମ ସ୍କିନରୁ ନିର୍ଗତ ଅତ୍ୟଧିକ ତୈଳକୁ ବାଲାନ୍ସ କରିବାରେ ସାହାଯ୍ୟ କରେ। ବିଶେଷକରି ଅଏଲି ସ୍କିନ ପାଇଁ ଅମୃତଭଣ୍ଡା ତେଲର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇପାରେ।

Leave A Reply

Your email address will not be published.