Latest Odisha News

BREAKING NEWS

ଭେଣ୍ଟିଲେଟରେ ଚିକିତ୍ସିତ ହେଉଛନ୍ତି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ମୁମ୍ବାଇ : ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମା ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ହୋଇ ରହିଥିଲା ​​।

ଅଭିନେତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଡାକ୍ତରମାନେ ଏଣ୍ଡ୍ରିଲା ଶର୍ମାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ରିପୋର୍ଟ ଅନୁଯାୟୀ କୁହାଯାଉଛି କି ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।ଏହା ପୂର୍ବରୁ ଏଣ୍ଡ୍ରିଲା ଶର୍ମା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥିବା ବେଳେ ସେ ହାର ମାନି ନଥିଲେ। ସେ ଅସ୍ତ୍ରୋପଚାର କରି ସୁସ୍ଥ ହୋଇଥିଲେ । ଅଭିନେତ୍ରୀଙ୍କ ସ୍ଵାସ୍ଥ୍ୟକୁ ନେଇ ପରିବାର ଲୋକେ ବି ଅତ୍ୟନ୍ତ ଦୁଃଖିତ ।

ତେବେ ତାଙ୍କ କ୍ୟାରିୟର କଥା କହିଲେ ସେ ପ୍ରଥମେ ବେଙ୍ଗଲୀ ସିନେମାରେ ବହୁତ ଆକ୍ଟିଭ ଥାଆନ୍ତି । ତାଙ୍କ କ୍ୟାରିୟରରେ ପ୍ରଥମେ ଟିଭି ସୋ ‘ଝୁମର’ରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅନେକ ଲୋକପ୍ରିୟ ସୋ ରେ କାମ କରିଥିଲେ । ସେ ଓଟିଟି ପ୍ଲାଟଫର୍ମରେ ମଧ୍ୟ କାମ କରିଛନ୍ତି। ‘ଜୀବନ ଜ୍ୟୋତି’, ‘ଜିୟୋନ କଥି’ ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଣ୍ଡ୍ରିଲା ଶର୍ମା।

 

Comments are closed.