ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ସମ୍ୟକ୍ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ସହିତ ତାଙ୍କ ବନ୍ଧୁ ଚାନ୍ଦନୀ ଏହି ଭିଡିଓରେ ତାଙ୍କର କିଛି ଜରୁରୀ ସାମଗ୍ରୀ ପ୍ୟାକ୍ କରୁଥିବା ଦେଖିବାକୁ ମିଳିଛି।
ଜ୍ୟାକଲିନ୍ ଏହି ଭିଡିଓ ସେୟାର୍ କରି ଲେଖିଛନ୍ତି ଯେ ଆସନ୍ତା କିଛି ମାସ ମଧ୍ୟରେ ସେ ଘରୁ ବାହାରକୁ ଯିବା ଆସିବା କରିବେ। ତେଣୁ ବର୍ତ୍ତମାନଠାରୁ ଏହାର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି। ଏହା ସହିତ ସେ ନିଜ ଅନୁଗାମୀମାନଙ୍କୁ ଇନଷ୍ଟାଗ୍ରାମରେ ୪୬ ମିଲିୟନ୍ ଫଲୋର୍ସ ହେବା ଖୁସିରେ ତାଙ୍କ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିପାଇଁ ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଗୋଲାପରୁ ପ୍ରସ୍ତୁତ ଏକ ସେଟ୍ ଦେଖିବାକୁ ମିଳିଛି। ଏଥି ସହିତ, କୃତ୍ରିମ ସୁବର୍ଣ୍ଣ ରଙ୍ଗର ଗୋଲାପରେ ୪୬ ଲେଖାଯାଇଛି।
ଜ୍ୟାକଲିନ୍ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସର୍କସ’ରେ ଅଭିନେତା ଅର୍ଜୁନ କପୁରଙ୍କ ସହ ନଜର ଆସିବେ। ଏହା ବ୍ୟତୀତ ତାଙ୍କୁ ଫିଲ୍ମ ‘କିକ୍ ୨’ରେ ମଧ୍ୟ ଅଭିନେତା ସଲମାନ୍ ଖାନ୍ଙ୍କ ବିପକ୍ଷ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଫିଲ୍ମ ‘ଭୁତ୍ ପୋଲିସ’ ରେ ନଜର ଆସିବେ।
BREAKING NEWS
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା

Comments are closed.