Latest Odisha News

BREAKING NEWS

ଶିକ୍ଷାନୁଷ୍ଠାନରେ ଫେରିଲାଣି କରୋନା ଲହରୀ , ସଚେତନ ହେଉନାହାଁନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିିବା ପରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଓଡିଶାରେ ଷଷ୍ଠ ଶ୍ରେଣୀଠାରୁ ଆରମ୍ଭ କରି ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ଖୋଲି ସାରିଛି । ଏଭିଳି ସ୍ଥିତିରେ ପୁଣି ସ୍କୁଲ ଓ କେଲଜକୁ ଫେରିଛି କରୋନା । ସୁନ୍ଦରଗଡରେ ଗୋଟିଏ ଦିନରେ ଜିଲ୍ଲାରୁ ୪୨ ଛାତ୍ରୀ ପଜିଟିଭ୍ ଚିହ୍ନୟ ହେବା ପରେ ଏବେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି । ସ୍କୁଲରେ କରୋନା ନିୟମ କିଭଳି ପାଳନ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍କୁଲ ଗୁଡିକରେ ନିମୟ ଏତେ କଡାକଡି ପାଳନ ହେଉନଥିବା ଦେଖିବାକୁ ମିଲିଛି ।

ପିଲାମାନେ ମନଇଚ୍ଛା ସ୍କୁଲରେ ବୁଲୁଛନ୍ତି ,ଖେଳୁଛନ୍ତି , ସାମାଜିକ ଦୂରତା ରଖୁନାହାନ୍ତି । ଅନେକ ପିଲାଙ୍କ ମୁହଁରେ ମାସ୍କ ନଥିବା ମଧ୍ୟ ଦେଖିବାକୁ ମିଳୁଛି । ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀ ମାନେ ସ୍କୁଲ ବାହାରେ ମେଳହୋଇ ଗପସପ କରୁଛଥିବା ମଧ୍ୟ ନଜର ଆସୁଛନ୍ତି । ସ୍କୁଲରେ ସପ୍ତାହରେ ଥରେ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ହେବା ରହିଛି । ହେଲେ ଏହି ନିୟମ କଡାକଡି ଭାବେ ପାଳନ ହେଉଛି କି ନାହିଁ ତା ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି । ପିଲାମାନେ କରୋନା ନିୟମ ସମ୍ବଦ୍ଧରେ ଏତେଟା ସଚେତନ ନାହାନ୍ତି ତେଣୁ ଏଥିପ୍ରତି ଶିକ୍ଷକ ମାନେ ସଚେତନ ହେବା ଉଚିତ ବୋଲି ଅଭିଭାବକ କହିଛନ୍ତି ।

ଖାଲି କ୍ଲାସରେ ସାମାଜିକ ଦୂରତା ପାଳନ କଲେ ହେବନାହିଁ । ପିଲାମାନେ ସ୍କୁଲ ଯିବା ଠୁ ଘରକୁ ଫେରିବା ପର୍ଯ୍ୟନ୍ତ ପିଲାମାନେ ଯେପରି ପ୍ରତ୍ୟେକ ନିୟମ ମାନିବେ ସେଥିପ୍ରତି ଶିକ୍ଷକ ଗୁରୁତ୍ୱ ଦେବା ଦରକାର । ନେଚେତ୍ ପିଲମାନଙ୍କୁ ସ୍କୁଲ ପଠାଇବାକୁ ଠିକ୍ ମନେ କରୁନହାନ୍ତି ଅନେକ ଅଭିଭାବକ । ଅନ୍ୟପଟେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ କଡା କଡି ନିୟମ ପାଳନ କରୁଛନ୍ତି ଓ କ୍ଲାସକୁ ସାନିଟଇଜ କରାଯାଉଛି ବୋଲି କହିଛନ୍ତି । ସ୍କୁଲ ଛୁଟି ପରେ ଭିଡକୁ ମଧ୍ୟ ନଜର ରଖୁଛନ୍ତି ବୋଲି କହିଛନ୍ତି । ହେଲେ ସୁନ୍ଦରଗଡର ବାଳିକା ସ୍କୁଲରେ ୪୨ ଜଣ ସଂକ୍ରମିତ ହେବା ପରେ ଚିନ୍ତା ବଢିବାରେ ଲାଗିଛି ।ଏହି ସଂକ୍ରମିତ ପିଲାମାନଙ୍କୁ ଆଇସୋଲେସନରେ ରଖାଯାଇଛି ।

Leave A Reply

Your email address will not be published.