Latest Odisha News

BREAKING NEWS

ହଲାଲ ମିଟ ବିବାଦ: ସ୍ପଷ୍ଟୀକରଣ ରଖିଲା ବିସିସିଆଇ

କାନପୁର: ହଲାଲ ମିଟ ବିବାଦ ଜୋର ଧରିବାରୁ ଶେଷରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ମୁହଁ ଖୋଲିଛି । କୋଷାଧ୍ୟକ୍ଷ ଅରୁଣ ଧମାଲ କହିଛନ୍ତି ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତି, ଏଥିନେଇ କୌଣସି ବାଧ୍ୟତାମୂଳକ ନୀତି ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ବୋର୍ଡ ପକ୍ଷରୁ ଜାରୀ କରାଯାଇଥିବା ଏକ କ୍ୟାଟେରିଂ ମେନୁ୍ୟ ସାମ୍ନାକୁ ଆସିଥିଲା । ଏଥିରେ ହଲାଲ ମିଟ ବାଧ୍ୟତାମୂଳକ ରହିଥିଲା । ଏ ନେଇ ବିବାଦ ଉପୁଜିଥିଲା ।

ବୋର୍ଡ କେବେ କାହାକୁ କଣ ଖାଇବ ସେ ନେଇ ବାଧ୍ୟ କରିବା ପ୍ରଶ୍ନ ଉଠୁନି ବୋଲି ଧୂମାଲ କହିଛନ୍ତି । ସୋସିଆଲ ସାଇଟରେ ଯାହା ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ଭିତିହୀନ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.