Latest Odisha News

୧୮ ବର୍ଷ ହେଲା ଜିନ୍ସ ଧୋଇ ନାହାଁନ୍ତି ମହିଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜର୍ଜିଆ:ଅନେକ ଲୋକ ଅଛନ୍ତି, ଯିଏ କି ନିଜ ଡ଼୍ରେସ ଥରେ ପିନ୍ଧିବା ପରେ ସଫା କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ସପ୍ତାହେ ପର୍ଯ୍ୟନ୍ତ ସେମାନେ ଡ଼୍ରେସ ସଫା ନ କରି ପିନ୍ଧିଥାନ୍ତି । ଅନେକ ଜିନ୍ସ ପରି ମୋଟା ପୋଷାକକୁ ବାରମ୍ବାର ଧୋଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା ଅଛନ୍ତି ଯିଏ କି କିଣିବା ପରେ ୧୮ ବର୍ଷ ପର୍ଯ୍ୟନ୍ତ ଥରେ ବି ନିଜ ଜିନ୍ସ ଧୋଇ ନାହାଁନ୍ତି । ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସାନ୍ଦ୍ରା ୱିଲିସ୍ ନାମକ ଜଣେ ମହିଳା ଜର୍ଜିଆର ହାଲ୍‌ରେ ରୁହନ୍ତି । ସେ ସୋସିଆଲ ମିଡ଼ିଆରେ ଖୁବ୍ ପରିଚିତ । ଦିନେ ସେ ସୋସିଆଲ ମିଡ଼ିଆରେ ବ୍ୟକ୍ତିଗତ କଥା ପ୍ରସଙ୍ଗରେ କହିଥିଲେ ଯେ, ୧୮ ବର୍ଷ ହେଲାଣି ସେ ତାଙ୍କର ଜିନ୍ସ ଧୋଇ ନାହାଁନ୍ତି । ଅନେକ ଲୋକ ଏହାକୁ ବିଶ୍ୱାସ କରି ନ ଥିଲେ । କିନ୍ତୁ ଯେତେବେଳେ ସେ ସେମାନଙ୍କୁ ଜିନ୍ସ ଦେଖାଇଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ଜିନ୍ସ ଏକ ପ୍ରକାର ନୂଆ ଦେଖାଯାଉଥିଲା ।

ସେ ଆହୁରି କହିଛନ୍ତି ଯେ, ଜିନ୍ସକୁ ୨୦ ବର୍ଷ ପର୍ଯ୍ୟନ୍ତ ନ ଧୋଇଲେ ଚଳିବ ବୋଲି ତାଙ୍କୁ ଜଣେ ବିଶେଷଜ୍ଞ କହିଛନ୍ତି । ଏଭଳି ପରିସ୍ଥିତିରେ ସେ ପ୍ରାୟ ୧୮ ବର୍ଷ ଧରି ନିଜ ଜିନ୍ସ ଧୋଇ ନାହାଁନ୍ତି । ଜିନ୍ସ ୨୦ ବର୍ଷ ପୂରଣ ହେବା ପରେ ପ୍ରଥମ ଥର ପାଇଁ ଧୋଇବେ । ପରେ କେବଳ ୨ ଥର ପିନ୍ଧିବା ପରେ ଜିନ୍ସକୁ ଧୋଇବେ । ଏବେ ଏହି ଜିନ୍ସକୁ ସେ ବର୍ଷକୁ ଥରେ ପିନ୍ଧୁଛନ୍ତି । ତାଙ୍କ ପାଖରେ ଅନେକ ଜିନ୍ସ ଅଛି । ତେଣୁ ଏହାକୁ ଧୋଇବାକୁ ପଡ଼େ ନାହିଁ । କେବଳ ଓଦା କପଡ଼ାରେ ପୋଛି ଦିଅନ୍ତି ଓ ସାଇତି କରିି ରଖନ୍ତି । ଆବଶ୍ୟକ ନ ହେବା ପର୍ଯ୍ୟନ୍ତ ଜିନ୍ସ ଧୋଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ।

Leave A Reply

Your email address will not be published.