Latest Odisha News

BREAKING NEWS

ସନ୍ଧ୍ୟା ୭ଟା ଯାଏ କଟକ, ଭୁବନେଶ୍ୱର ସହ ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା ସନ୍ଧ୍ୟା ୭ଟା ଯାଏ ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ୱିନ୍ ସିଟି ସହ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ।

ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ ।

ପାଗକୁ ଦେଖି ବାହାରକୁ ବାହାରିବା ଲାଗି ପାଣିପାଗ ବିଭାଗ ପରାମର୍ଶ ଦେଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫ ତାରିଖ ଯାଏ କାଳବୈଶାଖୀ ବର୍ଷା ଲାଗି ରହିବ । ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରେ ୩ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ।

ଅନ୍ୟପଟେ ୬ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ୭ରେ ଲଘୁଚାପ ଏବଂ ୮ରେ ଅବପାତରେ ପରିଣତ ହେବ । ପରେ ଆହୁରି ସକ୍ରିୟ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave A Reply

Your email address will not be published.