Latest Odisha News

BREAKING NEWS

ଶ୍ରୀମନ୍ଦିରରେ ପୋଲିସ ମାଡ଼ରେ ମହିଳାଙ୍କ ମୁଣ୍ଡ ଫାଟିଲା

ପୁରୀ: କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ । ଭକ୍ତଙ୍କ ଗହଳି ଭିତରେ ଜଣେ ହବିଷ୍ୟାଳୀଙ୍କୁ ଆକ୍ରମଣ କରିଛି ପୁଲିସ । ମନ୍ଦିର ପରିସର ଭିତରେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ସମ୍ପୃକ୍ତ ପୋଲିସ କର୍ମଚାରି । ଆହତ ମହିଳାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ବ୍ରହ୍ମପୁର ନିବାସୀ ମାଧୁରୀ ଦାଶ ବୋଲି ଜଣାପଡିଛି । ଏହି ଘଟଣାରେ ତଦନ୍ତ କରୁଛି ପୁଲିସ ।

ମହିଳାଜଣକ ମାସେ ହେଲା ବାସେଳିସାହି ହବିଷ୍ୟାଳୀ ଶିବିରରେ ରହୁଥିଲେ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ଘଣ୍ଟି ଦ୍ୱାର ନିକଟରେ ଅଟକାଇବାରୁ ଯୁକ୍ତିତର୍କ ହୋଇଥିଲା । ପୁଲିସ କର୍ମଚାରୀ ତାଙ୍କୁ ଠେଲିଦେବାରୁ ତାଙ୍କ ମୁଣ୍ଡରେ ଫାଟିଯାଇଥିଲା ।

Leave A Reply

Your email address will not be published.