Latest Odisha News

BREAKING NEWS

ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଘର ଭିତରୁ ମାଆ ଓ ଦୁଇ ଝିଅଙ୍କର ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରୁ ଆସିଛି ଏହି ହୃଦୟବିଦାରକ ଘଟଣା । ବ୍ରଜରାଜନଗର ଗଙ୍ଗାନଗର ଫାଟକପଡ଼ାରେ ଏକ ଘର ଭିତରୁ ତିନି ଜଣଙ୍କପ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୨୮ ବର୍ଷୀୟ ସୋନି ପୋଦାର । ତାଙ୍କ ଦୁଇ ଝିଅ ମୁସ୍କାନ(୫ବର୍ଷ) ଓ ରାଧିକା (୩ ବର୍ଷ) ।

ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପୋଦାର ଫେରାର ଥିବା ସୂଚନା ମିଳିଛି । ଫାଟକପଡ଼ାରେ ସ୍ୱାମୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ ରାଧିକା । ଆଜି  ଘରେ ନାହାନ୍ତି ନାରାୟଣ । ଘରେ ମାଆ ଓ ଝିଅଙ୍କର ମୃତଦେହ ପଡ଼ିଥିବା ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଧିକ ଖୋଳତାଡ ଆରମ୍ଭ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ? କେମିତି ଓ କେଉଁ ପରିସ୍ଥିତିରେ ମାଆ ଓ ଛୁଆଙ୍କର ମୃତ୍ୟୁ ହେଲା ଖୋଲତାଡ ଜାରି ରହିଛି ।

Leave A Reply

Your email address will not be published.