Latest Odisha News

BREAKING NEWS

ଚାକିରି ନାଁରେ ୨୫ ଲକ୍ଷ ଟଙ୍କା ଠକେଇ, ଗିରଫ ହେଲେ ମହିଳା

ଭୁବନେଶ୍ୱର: 420 ମହିଳାଙ୍କୁ ଗିରଫ କଲା ମୈତ୍ରୀବିହାର ପୋଲିସ। ଷ୍ଟାଫ୍ ସିଲେକ୍ସନ କମିଶନରେ ଚାକିରି ଦେବାକୁ କହି ପ୍ରାୟ ୨୫ ଲକ୍ଷ ଟଙ୍କା ଠକେଇ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ରାୟଗଡ଼ା ଅଞ୍ଚଳର ଏକାଧିକ ଲୋକଙ୍କୁ ଠକେଇ କରି ଗିରଫ ହୋଇଛନ୍ତି ମହିଳା। ସୂତ୍ର ଅନୁସାରେ, ମହିଳା ଜଣକ ଏକ ପରାମର୍ଶଦାତା ସଂସ୍ଥା ମାଧ୍ୟମରେ ଚାକିରି ଖୋଜୁଥିବା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଟଙ୍କା ବିନିମୟରେ ଷ୍ଟାଫ୍ ସିଲେକ୍ସନ୍ କମିଶନ (SSC)ରେ ନିଯୁକ୍ତି କରାଇଦେବେ।

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ସରକାରୀ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଅନେକ ଚାକିରି ଆଶାୟୀଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଆଦାୟ କରିଥିଲେ। ବିଶେଷକରି ରାୟଗଡା ଜିଲ୍ଲାରେ ଏକାଧିକ ଲୋକେ ଏଭଳି ଠକାମିର ଶିକାର ହୋଇଛନ୍ତି। ସହରର ଏକ ତାରକା ହୋଟେଲରେ ନିଯୁକ୍ତି ପ୍ରକ୍ରିୟା ପାଇଁ ସାକ୍ଷାତକାର ଚାଲିଥିବା ସୂଚନା ପାଇବା ପରେ ପୋଲିସ ଠକେଇ ବିଷୟରେ ଜାଣିବାକୁ ପାଇଲା। ବେକାର ଯୁବକମାନଙ୍କ ଆକାଂକ୍ଷାର ସୁଯୋଗ ନେଇ, ଅଭିଯୁକ୍ତମାନେ ତାଙ୍କ କଥିତ ନେଟୱାର୍କ ମାଧ୍ୟମରେ ପ୍ରତ୍ୟେକ ପ୍ରାର୍ଥୀଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ସେମାନଙ୍କୁ ସରକାରୀ ଚାକିରି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ।

ପୀଡିତାଙ୍କ ଅଭିଯୋଗ ପରେ, ମୈତ୍ରୀ ବିହାର ପୋଲିସ ତଦନ୍ତ ଆରମ୍ଭ କରି ମହିଳାଙ୍କୁ ଗିରଫ କରିଛି। ପୋଲିସ ଏବେ ତଦନ୍ତ କରୁଛି ଯେ ଏହି ମାମଲାରେ କେତେ ଲୋକ ଠକାମୀର ଶିକାର ହୋଇଛନ୍ତି ଏବଂ ଏହି ରାକେଟରେ କେଉଁମାନେ ସାମିଲ ଅଛନ୍ତି। ଉକ୍ତ ମାମଲାରେ ତଦନ୍ତ ଚାଲିଛି ଏବଂ ପୋଲିସ ଠକେଇର ପ୍ରକୃତ କାରଣ ଏବଂ ଅନ୍ୟମାନଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଜାଣିବାକୁ ଚେଷ୍ଟା କରୁଛି।

 

Leave A Reply

Your email address will not be published.