Latest Odisha News

BREAKING NEWS

ସାମାନ୍ୟ ବଚସାକୁ ନେଇ ଜଘନ୍ୟ କାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ବରଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା। ବରଗଡ଼ ଜିଲ୍ଲା ଅତାବିରା ଥାନା ଅମଲିପାଲି ପଞ୍ଚାୟତ ଗଡତିଆ ଟିକ୍ରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ବଚସାକୁ ନେଇ ଜଘନ୍ୟ ହତ୍ୟା। ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ। ମୃତକ ହେଲେ ଭାଗ୍ୟବତୀ ଖଡ଼ିଆ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଗଡତିଆ ଟିକ୍ରା ଗ୍ରାମରେ ଭାଗ୍ୟବତୀ ଖଡିଆଙ୍କ ସ୍ୱାମୀ ରାଜକୁମାର ଖଡିଆଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆକୁ ଗିରଫ କରି ଅଧିକ ପଚରାଉଚରା କରୁଛି ପୋଲିସ।

ସୂତ୍ର ଅନୁଯାୟୀ ଦମ୍ପତିଙ୍କ ମଧ୍ୟରେ କୌଣସି ପାରିବାରିକ ସମସ୍ୟାକୁ ନେଇ ବିବାଦ ବଢ଼ିଥିବା ଅଭିଯୋଗ ହୋଇଛି। କ୍ରୋଧରେ ସ୍ୱାୀ ରାଜକୁମାର ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲା। ମହିଳା ଜଣକ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତଥାପି, ହତ୍ୟାକାଣ୍ଡର ସଠିକ୍ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

 

Comments are closed.