Latest Odisha News

ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର 

ପୁରୀ: ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ବେଳାଭୂମି ନିକଟରୁ ଜଣେ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରେ ଜଣେ ଯୁବତୀ ମୁହଁ ମାଡ଼ି ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ  । ମୃତ ଯୁବତୀ ଜଣକ କିଏ ତାଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି  ।

ତେବେ ଯୁବତୀ ଜଣକ ସମୁଦ୍ରରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ତାହା ସନ୍ଦେହ ଘେରରେ ରହିଛି । ଏହି ଘଟଣାର ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଯୁବତୀଙ୍କ ବିଷୟରେ କୌଣସି ସବିଶେଷ ତଥ୍ୟ ମିଳିନାହିଁ  ।

 

Comments are closed.