ବାଲେଶ୍ବର: ବାଲେଶ୍ବର ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ଯଶୋଦା ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେ ୨୦୨୩ରେ ଚାକିରିରେ ଯୋଗ ଦେଇଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳେ ବାରାକରେ ସମସ୍ତେ ଡ୍ୟୁଟି ଯିବା ପରେ ଯଶୋଦା ଏକା ଥିଲେ। ସକାଳ ପ୍ରାୟ ୮ଟାବେଳେ ତାଙ୍କ ମୃତଦେହ ଦେଖିଲା ପରେ ଅନ୍ୟାନ୍ୟ ସାଥି ଓ କର୍ମଚାରୀ ମାନେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣାରେ ବାଲେଶ୍ଵର ଏସପି କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି। ବ୍ୟକ୍ତିଗତ କାରଣରୁ ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି । ମୃତ ଯଶୋଦା ଦାସଙ୍କ ବାପା କହିଛନ୍ତି ଯେ, କେଉଁ କାରଣରୁ ଝିଅ ଆତ୍ମହତ୍ୟା କରିଛି ଆମେ ଜାଣିନୁ। ତେବେ ପରିବାର ପକ୍ଷରୁ ଝିଅର ଆତ୍ମହତ୍ୟା ନେଇ ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରି ନାହାନ୍ତି।
ଅନ୍ୟପଟେ ତାଙ୍କ ସାଙ୍ଗମାନଙ୍କ କହିବା କଥା ଗତ କିଛି ଦିନ ହେବ ଯଶୋଦା ମାନସିକ ଅବସାଦରେ ଥିଲେ।
Comments are closed.