Latest Odisha News

ନିଆଳି: ଦେଢଶୂରର ଆକ୍ରମଣରେ ଭାଇବୋହୂ ଗୁରୁତର

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଜ ଭାଇବୋହୂକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

କଟକ ବଡ ମେଡିକାଲରେ ଗୁରୁତର ଆହତ କାଦମ୍ବିନୀ ବାରିକଙ୍କ ଚିକିତ୍ସା ଜାରି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ମି.ରେ କାଦମ୍ବିନୀ ଘରେ ଏକୁଟିଆ ଥିବାବେଳେ ଗଣେଶ ତାଙ୍କ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ମହିଳାଙ୍କ ବେକ, ମୁହଁରେ ଆଘାତ ଲାଗିଥିବାବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଆକ୍ରମଣର ସଠିକ୍ କାରଣ ଜଣାପଡିନଥିବା ବେଳେ ଗଣେଶ ଓ ତାଙ୍କ ସାନ ଭାଇ ଯୋଗେଶ୍ୱରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ କୌଣସି କାରଣବଶତଃ ବିବାଦ ଲାଗିରହିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.