Latest Odisha News

BREAKING NEWS

ମାଟି ତଳେ ସୁନାର ବାଇବେଲ୍

ଲଣ୍ଡନ: ମାଟି ତଳୁ ମିଳିଲା ସୁନାର ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି ।

ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟ କରନ୍ତି । ସେ ଏକ ମେଟାଲ ଡିଟେକ୍ଟରରେ ମାଟି ତଳେ କୌଣସି ମୂଲ୍ୟବାନ ଧାତୁ ଥିବା ଜାଣିବାକୁ ପାଇଥିଲେ ।  । ସେ ମାଟି ଖୋଲିବା ପରେ ଏକ ସୁନେଲି ରଙ୍ଗର ଏକ ବସ୍ତୁ ପାଇଥିଲେ ।  ପ୍ରଥମେ ଏହାକୁ ସେ କାହାର ଏକ ସାଧାରଣ ଉପହାର ଭାବିଥିଲେ ।

ଅଧିକ ଭଲ ଭାବେ ଦେଖିବା ପରେ ବସ୍ତୁଟି ସୁନାରେ ତିଆରି ବାଇବେଲ ବୋଲି ସେ ଜାଣିବାକୁ ପାଇଥିଲେ । ଏହା ବହୁ ପ୍ରାଚୀନ ଓ ରାଜ ପରିବାରର ସଦସ୍ୟଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଜଣାପଡିଥିଲା । ସେ ଯେଉଁ ସ୍ଥାନରୁ ଏହାକୁ ପାଇଥିଲେ ତାହା ରାଜା ରିଚାର୍ଡ କିଙ୍ଗ ତୃତୀୟଙ୍କର ଥିଲା । ରିଚାର୍ଡ ପଞ୍ଚଦଶ ଶତାବ୍ଦୀରେ ଏଠାରେ ଶାସନ ଗାଦିରେ ଥିଲେ ।

ରିପୋର୍ଟ ଅନୁସାରେ ସୁବର୍ଣ୍ଣ ବାଇବେଲର ଦାମ୍ ୫ ଗ୍ରାମ୍ ଥିବା ବେଳେ ଏବା ୨୨ କ୍ୟାରେଟ୍ ସୁନାରେ ତିଆରି । ଏବେ ଏହାକୁ ୟର୍କସାୟର ମ୍ୟୁଜିୟମରେ ରଖାଯାଇଛି । ଯାହାର ଦାମ୍ ୧.୩ ମିଲିୟନ ଡଲାର ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.