Latest Odisha News

BREAKING NEWS

ପନିକିରେ ହାଣି ନଦୀ ବନ୍ଧରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ଯାଜପୁର: ମହିଳାଙ୍କୁ ପନିକିରେ ହାଣୀ ମୃତଦେହ ନଦୀବନ୍ଧରେ ଫିଙ୍ଗି ଦେଲେ। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିନସ୍ଥ ଦତ୍ତପୁର ପଞ୍ଚାୟତର ହେମନ୍ତପୁର ଗାଁରେ ଏଭଳି ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭବ କରିଛି।

ମୃତ ମହିଳା ହେଲେ ହେମନ୍ତପୁର ଗାଁର ରନାଥ ଜେନାଙ୍କ ପତ୍ନୀ ରେଣୁକା ଜେନା(୫୦)। ଖବର ଅନୁସାରେ, ରେଣୁକାଙ୍କୁ କେହି ଜଣେ ଦୁର୍ବୃତ୍ତ ହତ୍ୟା କରି ହେମନ୍ତପୁରର ବୈତରଣୀ ନଦୀବନ୍ଧ ପାଖରେ ଫିଙ୍ଗି ଦେଇଛି। ମୃତଦେହ ପାଖରେ ଏକ ପନିକି ମଧ୍ୟ ଜବତ ହୋଇଛି।

ବୁଧବାର ସକାଳୁ ଲୋକମାନେ ନଦୀବନ୍ଧକୁ ଗାଧୋଇବାକୁ ଯିବା ବେଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଖବର ସଙ୍ଗେ ସଙ୍ଗେ ବ୍ୟାପିଯାଇଥିଲା। ଖବର ପାଇ ମଙ୍ଗଳପୁର ପୁଲିସ ଘଟଣା ସ୍ତଳରେ ପହଞ୍ଚିଥିଲା। ମହିଳାଙ୍କ ବେକର ଚୋଟ ବସିଥିବା ପୁଲିସ ଦେଖିବାକୁ ପାଇଥିଲା। ପାଖରେ ପନିକି ପଡ଼ିଥିବାରୁ ରେଣୁକାଙ୍କୁ ପନିକିରେ ହାଣୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୁଲିସ ପନିକି ଜବତ କରିବା ସହ ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଏହି ଘଟଣାରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.