Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ! ଗଛମୂଳେ ପ୍ରସବ କଲେ ମହିଳା

ଢ଼େଙ୍କାନାଳ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେତେ ଡିଣ୍ଡିମ ପିଟିଲେ ବି ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ରହିଛି ।  ଆଜି ବି ରାଜ୍ୟର ଅନେକ ଗାଁରେ ଚିକିତ୍ସା ସୁବିଧା ନାହିଁ । କେଉଁଠି ହସ୍ପିଟାଲ ନାହିଁ ତ କେଉଁଠି ହସ୍ପିଟାଲ ଥିଲେ ଡାକ୍ତର ନାହାନ୍ତି । କେଉଁଠି ଷ୍ଟାଫ୍‌ ନାହାନ୍ତି । ଏମିତିକି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ଥିବା ବେଳେ ସେ ଅଧିକାଂଶ ସମୟ ଛୁଟିରେ ରହୁଥିବା ଦେଖାଯାଇଛି । ଫଳରେ ଅନେକ ସ୍ଥାନରେ ସବୁ ଥାଇ ବି ସ୍ୱାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ ହେଉଛି ।

ତେବେ ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳରେ । ଗଛମୂଳେ ପ୍ରସବ କରିଛନ୍ତି ଜଣେ ମହିଳା । ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ବିରାଶାଳ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବିରାଶାଳ ରହଣି ଗାଁର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ଡାକ୍ତରଖାନାରେ ସେତେବେଳେ ତାଲା ଝୁଲୁଥିଲା । ଏହାସହ କୌଣସି ଡାକ୍ତର କିମ୍ବା ଷ୍ଟାଫ୍‌ଙ୍କର ଦେଖାନଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅସହ୍ୟ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରସୂତି ଜଣଙ୍କ ଗଛ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ବିକଳ ଚିତ୍ର ବିଭାଗର ପାରିବା ପଣିଆକୁ ଜାହିର କରୁଛି ।  ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିବାରୁ, ସେ କହିଛନ୍ତି ଯେଉଁମାନେ ଡ୍ୟୁଟିରେ ଅବହେଳା କରିଛନ୍ତି ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.