Latest Odisha News

BREAKING NEWS

ଚୀନରେ କରୋନା ରଚୁଛି ତାଣ୍ଡବ: ଘୁଂଚିଲା ଏସିଆନ ଗେମ୍ସ

ବେଜିଂ: ଚୀନରେ କରୋନା ଭାଇରସ ପୁନର୍ବାର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏଠାରେ ହେବାକୁ ଥିବା ଏସିଆନ ଗେମ୍ସ ଆୟୋଜନକୁ ଘଂଚାଇ ଦିଆଯାଇଛି । ଏସିଆନ ଗେମ୍ସ ଆୟୋଜକ କମିଟି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ୧୦ରୁ ୨୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବାକୁ ଥିଲା । ବର୍ତମାନ ୨୬ ସହରକୁ ଲକଡାଉନ କରାଯାଇଛି । ପାଖାପାଖି ୨୧ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି । ତେବେ ହାତରେ ଆଉ ୩ମାସ ସମୟ ଥିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଅନୁମାନ କରାଯାଉଛି । ଏସିଆନ ଗେମ୍ସରେ ୪୦ ଖେଳରେ ୬୧ ଇଭେଂଟ ଆୟୋଜିତ ହେବ ।

BjdElectrycity

୧୧ ବର୍ଷ ପରେ ଏଥର ଟି୨୦ ମାଧ୍ୟମରେ କ୍ରିକେଟକୁ ସାମିଲ କରାଯାଇଛି । ଭାରତ ୧୯୯୦ ବ୍ୟତୀତ ଅନ୍ୟ ଏସିଆନ ଗେମ୍ସଗୁଡିକରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହି ଆସିଛି । ଏସିଆନ ଗେମ୍ସରେ ଭାରତ ଓଭରାଲ ୧୩୯ ସ୍ୱର୍ଣ୍ଣ, ୧୭୮ ରୌପ୍ୟ ଓ ୨୯୯ ବ୍ରୋଞ୍ଜ ପଦକ ଜିତିଛି ।

Leave A Reply

Your email address will not be published.