Latest Odisha News

BREAKING NEWS

କାନ୍ଥ ଭୁଶୁଡ଼ି ମାଆ ଓ ଝିଅ ମୃତ, ପୁଅ ଗୁରୁତର

ଫୁଲବାଣୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲାରୁ ଆସିଛି ଦୁଃଖ ଦାୟକ ଖବର । ଫୁଲବାଣୀ ସହରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମାଆ ଓ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛି ପୁଅ । ମଧ୍ୟାହ୍ନରେ ପ୍ରବଳ ବର୍ଷା ହେବାରୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଆଉ ସେଥିରେ ଚାପି ହୋଇ ଯାଇଥିଲେ ବୃନ୍ଦାବନ ମାଝୀଙ୍କ ପରିବାର ।

ପ୍ରବଳ ବର୍ଷାରେ ମାଟି କାନ୍ଥ ତଳେ ପରିବାରର ୪ ସଦସ୍ୟ ଚାପି ହୋଇ ରହିଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିଛି ଘଣ୍ଟାର ଅପରେସନ୍ ପରେ ଭଙ୍ଗା କାନ୍ଥ ତଳୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ । ସମସ୍ତଙ୍କୁ ସ୍ଥାନୀୟ ଫୁଲବାଣୀ ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ମେଡିକାଲରେ ଡାକ୍ତର ସୁରତି ମାଝୀଙ୍କ ସହ ତାଙ୍କ ୫ ବର୍ଷର ଝିଅକୁ ମୃତ ଘୋଷଣା କରିଛନ୍ତି । ଗୁରୁତର ଆହତ କୁନି ପୁଅ ସହ ବୃନ୍ଦାବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.