Latest Odisha News

BREAKING NEWS

ଶାହାରୁଖଙ୍କ ଜୱାନରେ ବିଜୟ !

ମୁମ୍ବାଇ: ସାଉଥ ଫିଲ୍ମ ମୁହାଁ ହୋଇଛନ୍ତି ବଲିଉଡର ଟପ ଷ୍ଟାର । କାହାଣୀ, ନିର୍ଦ୍ଦେଶନା ପରେ ଏବେ ସାଉଥ ସୁପରଷ୍ଟାରଙ୍କୁ ଫିଲ୍ମରେ ନେବା ପାଇଁ ବଡ ବଡ ଷ୍ଟାର ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ପ୍ରମୁଖ କାରଣ ହେଲା ସଫଳତା । ରିପୋର୍ଟ ମୁତାବକ ଶାହାରୁଖ ଖାଁ ଅଭିନୀତ ଜୱାନ ଫିଲ୍ମରେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଅଭିନୟ କରିବେ । ଏହି ଫିଲ୍ମରେ ସେ ଅଳ୍ପ ସମୟ ପାଇଁ ଭିଲେନ ରୋଲ କରିବେ । ଏହାର ନିର୍ଦ୍ଦେଶକ ଅଟଲୀଙ୍କ ସହ ବିଜୟଙ୍କର ଭଲ ସମ୍ପର୍କ ରହିଛି । ସେଥିପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଛନ୍ତି । ୫ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ ଓ କନ୍ନଡରେ ଫିଲ୍ମ ଏକସଙ୍ଗରେ ରିଲିଜ ହେବ ।

BjdElectrycity

ଶାହାରୁଖ ଓ ଅଟଲୀ ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ଅନ୍ୟ ଅର୍ଥରେ ଶାହାରୁଖଙ୍କ ଏହା ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ । ଶାହାରୁଖଙ୍କ ସହ ନୟନତାରା ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ୨ ଜୁନ ୨୦୨୩ରେ ଏହି ଫିଲ୍ମ ରିଲିଜ ହେବ । ଶାହାରୁଖ ଏବେ ଅନ୍ୟ ୨ଟି ଫିଲ୍ମ ରାଜକୁମାର ହୀରାନୀଙ୍କ ଡଙ୍କି ଓ ସିଦ୍ଧାର୍ଥ ଆନନ୍ଦଙ୍କ ପଠାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି ।

Leave A Reply

Your email address will not be published.