Latest Odisha News

BREAKING NEWS

ହୋମଗାର୍ଡଙ୍କୁ ନିର୍ଯାତନା: ସେପ୍ଟେମ୍ବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ଡିଜିପିଙ୍କୁ ଓଏଚଆରସିର ନୋଟିସ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ବ୍ରିଜେଶ ରାଏଙ୍କ ପତ୍ନୀଙ୍କ ଦ୍ୱାରା ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ମଙ୍ଗଳବାର ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି) ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ରିପୋର୍ଟ ତଲବ କରିବା ସହ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଖବର ପ୍ରସାରଣ ପରେ କମିଶନ ଘଟଣାକୁ ନିଜ ଆଡୁ ମାମଲା ଦାୟର କରି ତଦନ୍ତ ପାଇଁ ଡିଜିପିଙ୍କୁ ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟ ପୁଲିସ ମୁଖ୍ୟଙ୍କୁ ରିପୋର୍ଟ ଦେବାକୁ ପଡ଼ିବ। ଏହି ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମିଶନ ଆବଶ୍ୟକ ଆଦେଶ ପାଇଁ ଓଏଚଆରସି ଅଧ୍ୟକ୍ଷଙ୍କ ନିକଟରେ ମାମଲା ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ପାଇଁ ଅନୁଗୁଳ ଡିଆଇଜି ବ୍ରିଜେଶ ରାଏଙ୍କ ପତ୍ନୀଙ୍କୁ ଦାୟୀ କରିବା ପରେ କମିସନ ଏଭଳି ପଦକ୍ଷେପ ନେଇଛନ୍ତି। ମହିଳା ହୋମଗାର୍ଡ ସୌରୀଦ୍ରୀ ସାହୁ ଡିଆଇଜି ରାଏଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଯେଉଁଥିରେ ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ରେଳ ଲାଇନରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିବା ବେଳେ ତାଙ୍କର ଦୁଇ ଗୋଡ଼ କଟି ଯାଇଥିବା ଦାବି କରିଛନ୍ତି। ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଇତିମଧ୍ୟରେ ଓଡ଼ିଶା ସରକାର ୨୦୦୯ ବ୍ୟାଚର ଉତ୍ତର ପ୍ରଦେଶର ମଉ ଜିଲ୍ଲାର ଆଇପିଏସ୍ ଅଧିକାରୀ ବ୍ରିଜେଶ ରାଏଙ୍କୁ ଅନୁଗୁଳରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ତେବେ ଆଇପିଏସ୍ ଅଧିକାରୀ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିବା ସହ ବ୍ୟକ୍ତିଗତ ସମସ୍ୟା କାରଣରୁ ପୀଡ଼ିତା ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.