Latest Odisha News

ଚେସ ବିଶ୍ୱକପ ଫାଇନାଲ: ପ୍ରଜ୍ଞାନନନ୍ଦ-କାର୍ଲସେନ ପ୍ରଥମ ମ୍ୟାଚ ଡ୍ର

ନୂଆଦିଲ୍ଲୀ: ଚଳିତ ଚେସ ବିଶ୍ୱକପ ୨୦୨୩ ଫାଇନାଲ ମ୍ୟାଚ ଭାରତର ଗ୍ରାଣ୍ଡମାଷ୍ଟର ଆର.ପ୍ରଜ୍ଞାନନନ୍ଦ ଓ ନରୱେର ଗ୍ରାଣ୍ଡମାଷ୍ଟର ମାଗ୍ନସ କାର୍ଲସେନ ମଧ୍ୟରେ ଖେଳାଯାଉଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଦ୍ୱିତୀୟ ଗେମରେ ଯଦି ଫଳାଫଳ ନ ବାହାରେ ତେବେ ଟାଇବ୍ରେକରର ସହାୟତା ନିଆଯିବ । ଏହି ମ୍ୟାଚରେ କାର୍ଲସେନ ଚାପରେ ରହୁଥିବା ଦେଖିବାକୁ ମିଳିଥିଲା । ଅପପରପକ୍ଷରେ ପ୍ରଜ୍ଞାନନନ୍ଦ ସମୟ ଅଧିକ ନେଇଥିଲେ ମଧ୍ୟ ସ୍ଥିତପ୍ରଜ୍ଞ ଭାବେ କାର୍ଲସେନଙ୍କୁ ସାମ୍ନା କରୁଥିଲେ । କୁଇନ କ୍ୟାନସଲ ପରେ ଧିରେ ଧିରେ ମ୍ୟାଚ ଡ୍ର ଅଭିମୁଖେ ଯାଇଥିଲା ।

ସେମିଫାଇନାଲରେ ଫାବିୟାନୋ କାରୁନାଙ୍କୁ ୩.୫-୨.୫ରେ ପରାସ୍ତ କରି ପ୍ରଜ୍ଞାନନନ୍ଦ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଫାଇନାଲରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ବିଶ୍ୱନାଥନ ଆନନ୍ଦ ଭାରତ ପକ୍ଷରୁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲେ । ସେ ୨୦୦୦ ଓ ୨୦୦୨ରେ ଟାଇଟଲ ମଧ୍ୟ ହାସଲ କରିଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲରେ ୩୫ତମ ମୁଭ ପରେ ଉଭୟ ଖେଳାଳି ଡ୍ର ନେଇ ସହମତି ହୋଇଥିଲେ । ବୁଧବାର ଦ୍ୱିତୀୟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.