Latest Odisha News

BREAKING NEWS

ଜୁଲାଇ ୧ରୁ ନିଖୋଜ ଅଛନ୍ତି ଏହି ମହିଳା ପୋଲିସ ଅଧିକାରୀ !

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନାର ଭାରପ୍ରାପ୍ତ ଇନସପେକ୍ଟର (ଆଇଆଇସି) ସରୋଜିନୀ ନାୟକ ଜୁଲାଇ ୧ରୁ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏହି ମହିଳା ଆଇଆଇସିି ଜଣକ ନିଖୋଜ ହେବାଦିନ ସନ୍ଧ୍ୟା ୭ଟା ବେଳେ ତାଙ୍କୁ ଶେଷଥର ଲାଗି ଦେଖିବାକୁ ମିଳିଥିଲା । ମାତ୍ର ସେହିଦିନ ବାଲେଶ୍ୱର ଭିଜିଲାନ୍ସ ଏସପି ତାଙ୍କ ବିଷୟରେ ପଚାରିବାରୁ ସେ ନିଖୋଜ ରହିଥିବା ସମ୍ପର୍କରେ ଜଣାପଡ଼ିଥିଲା ।

ତାଙ୍କର ମୋବାଇଲ୍ ଫୋନ ସ୍ୱିଚଅଫ୍ ରହିଥିବା ଯୋଗୁଁ ଆଇଆଇସି ସରୋଜିନୀଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା । ଏପରିକି ତାଙ୍କ ପକ୍ଷରୁ ମଧ୍ୟ ଯୋଗାଯୋଗ ହୋଇ ପାରିନଥିବା କହିଛନ୍ତି ଭିଜିଲାନ୍ସ ଏସପି ।

ଏଠାରେ ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସ ବିଭାଗ ପକ୍ଷରୁ ସେହିଦିନ ଏହି ଥାନାର ସବ୍‌-ଇନସପେକ୍ଟର ବିମଳ କରଙ୍କୁ ଜଣେ ମଧ୍ୟସ୍ତିଙ୍କ ଜରିଆରେ ୨୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଥିଲା । ସେହିଦିନଠାରୁ ଆଇଆଇସି ସରୋଜିନୀ ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.