Latest Odisha News

BREAKING NEWS

ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନଙ୍କ ଅବସର ଘୋଷଣା

ବେଜିଂ: ଚୀନର ମହାନ ବ୍ୟାଡମିଂଟନ ଖେଳାଳି ଲିନ ଡ୍ୟାନ ଶନିବାର ଅବସର ଘୋଷଣା କରିଛନ୍ତି । ଦୁଇ ଥର ଅଲିମ୍ପିକ ସ୍ୱର୍ଣ୍ଣ ଜିତିଥିବା ଲିନ ୨୦୦୦ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୬ ଥର ଅଲ ଇଂଲଣ୍ଡ ଓପନ ଚାମ୍ପିୟନଶିପ ମଧ୍ୟ ଜିତିଛନ୍ତି । ଲିନ୍ ବ୍ୟାଡମିଂଟନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଂଟ ଜିତିଛନ୍ତି । ୨୦୦୬, ୨୦୦୭, ୨୦୦୯, ୨୦୧୧ ଓ ୨୦୧୩ରେ ବିଶ୍ୱ ଚାମ୍ପିୟନଶିପ ଜିତିଥିଲେ ।

ସୁପର ଡ୍ୟାନ ନାମରେ ପ୍ରସିଦ୍ଧି ହାସଲ କରିଥିବା ଏହି ତାରକା ଖେଳାଳି ଅବସର ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ପ୍ରଥମେ ଜଣାଇଥିଲେ । ଏସିଆନ୍ ଗେମ୍ସ, ଏସୀୟ ଚାମ୍ପିୟନଶିପ, ସୁଦିରମନ କପ ମଧ୍ୟ ସେ ଜିତିଛନ୍ତି ।

Leave A Reply

Your email address will not be published.