Latest Odisha News

BREAKING NEWS

ଚିତ୍ରୋତ୍ପଳା ନଦୀକୁ ଡେଇଁଲେ ମା’ ଓ ପୁଅ

ସାଲେପୁର: କଟକ ସାଲେପୁରରେ ଘଟିଯାଇଛି ଅଭାବନୀୟ ଘଟଣା।

ସୂଚନା ଅନୁଯାୟୀ, ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ି‌ଛନ୍ତି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି।

ଅଗ୍ନିଶମ ବାହିନୀ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ସନ୍ଧାନ ମିଳିପାରିନାହିଁ। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ତେବେ ମା ଓ ପୁଅ ନଦୀକୁ କେଉଁ କାରଣ ପାଇଁ ଡେଇଁ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି।

Comments are closed.