Latest Odisha News

BREAKING NEWS

ସୁପ୍ରିମକୋର୍ଟରେ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମାମଲା: ଆସନ୍ତା ୩ ତାରିଖକୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଚଳିତବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ? ଯଦି ହେବ କେବେ ସୁଦ୍ଧା କରାଯିବ ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ । ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜୁନ୍ ୩ ତାରିଖ ସୁଦ୍ଧା ନିଷ୍ପତ୍ତି ଶୁଣାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସେହିଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆଶା କରାଯାଉଛି ଦୁଇ ଦିନ ପରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ଚୂଡ଼ାନ୍ତ ରାୟ ଆସିପାରେ । ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ଆବେଦନକାରୀ ଚଳିତବର୍ଷ ପରୀକ୍ଷାକୁ ବନ୍ଦ କରିବା ସହ ଗତବର୍ଷ ଢାଞ୍ଚାରେ ମାର୍କ ଦେବାକୁ ଦର୍ଶାଇଛନ୍ତି । ଜଷ୍ଟିସ ଏ. ଏମ୍. ଖନଓ୍ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି ।

Leave A Reply

Your email address will not be published.