Latest Odisha News

BREAKING NEWS

ଛେଳି ପାଇଁ ଟ୍ରେନ ଟିକେଟ କାଟି ଚର୍ଚ୍ଚାରେ ବୃଦ୍ଧା

ରାଂଚୀ: ଭାରତରେ ଟ୍ରେନ ଟିକେଟ ନ କାଟି ଯାତ୍ରା କରିବା କିଛି ବଡ କଥା ନୁହେଁ । ତେବେ ରାଂଚୀରେ ଏପରି ଏକ ଘଟଣା ଘଟିଛି, ଯାହାକି ସମସ୍ତଙ୍କୁ ଚକିତ କରିବା ସହ ବୃଦ୍ଧାଙ୍କ ସଚ୍ଚୋଟତାକୁ ପ୍ରଶଂସା କରାଯାଉଛି । ଘଟଣାଟି ଏହି ପରି….ରାଚୀରେ ଏକ ଚଳନ୍ତା ଟ୍ରେନରେ ଟିଟିଇ ଛେଳି ସହିତ ଛିଡା ହୋଇଥିବା ମହିଳାଙ୍କୁ ଟିକେଟ ମାଗିଥିଲେ । ବୃଦ୍ଧାଜଣଙ୍କ ତାଙ୍କୁ ୩ଟି ଟିକେଟ ଦେଖାଇଥିଲେ । ଟିଟି ତୃତୀୟ ବ୍ୟକ୍ତି କାହିଁ ବୋଲି ପ୍ରଶ୍ନ କରିବାରୁ ମହିଳାଜଣଙ୍କ ପାଖରେ ଛିଡା ହୋଇଥିବା ଛେଳିକୁ ଦେଖାଇଥିଲେ । ଟିଟିଇ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ ତା ପରେ ହସିଥିଲେ ।

ତାଙ୍କ ହସ ଦେଖି ବୃଦ୍ଧାଜଣଙ୍କ ମଧ୍ୟ ହସିଥିଲେ । ଏହି ୨୨ ସେକେଣ୍ଡର ଭିଡିଓ କେହି ଜଣେ ଉଠାଇ ଦେଇଥିଲେ । ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ସମସ୍ତେ ବୃଦ୍ଧାଜଣଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଦୁଃଖର କଥା ବୃଦ୍ଧା ଏବଂ ତାଙ୍କ ଛେଳିକୁ ବସିବା ପାଇଁ ସିଟ ମିଳି ନ ଥିଲା ।

Leave A Reply

Your email address will not be published.