Latest Odisha News

BREAKING NEWS

ଉଚ୍ଛେଦ ପୂର୍ବରୁ ଥଇଥାନ ଦାବି କଲେ ବସ୍ତିବାସିନ୍ଦା

ପାରାଦୀପ: କାରଖାନା ହେଉ ଆପତ୍ତି ନାହିଁ । ବସ୍ତି ଉଚ୍ଛେଦ ପୂର୍ବରୁ ଥଇଥାନ କରନ୍ତୁ, ଘର ଭାଙ୍ଗିବା ପୂର୍ବରୁ ଆମକୁ ଘର ଦିଅନ୍ତୁ । ପାରାଦୀପ ମ୍ୟୁନିସିପାଲିଟି ୬ ୱାର୍ଡର ବାଉରିଆପାଳନ୍ଦା ବସ୍ତି ବାସିନ୍ଦା ଏମିତି ଦାବି କରିଛନ୍ତି । ବାଉରିଆପାଳନ୍ଦା ନିକଟରେ ଏସାର ମିନମେଣ୍ଟ ପେଲେଟ୍ ପ୍ଲାଣ୍ଟ ସ୍ଥାପନ କରିବ । ଯେଉଁଥିପାଇଁ ବସ୍ତି ଉଚ୍ଛେଦ ହେବ । ଉଚ୍ଛେଦ ପୂର୍ବରୁ ଥଇଥାନ ଓ ଚାକିରି ଦେବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।

ପ୍ରାୟ ୪୦ ବର୍ଷ ତଳେ ଗଢ଼ି ଉଠିଥିଲ ବାଉରିଆପାଳନ୍ଦା ବସ୍ତି । ଅନେକ ସଂଘର୍ଷ ପରେ ଲୋକେ ଭିଟ୍ଟାମାଟି ଗଢ଼ିଛନ୍ତି । କାରଖାନା ପ୍ରତିଷ୍ଠାକୁ ସେମାନେ ସ୍ୱାଗତ କରିବା ସହ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଉପଯୁକ୍ତ ଉଚ୍ଚ ସ୍ଥାନରେ ଥଇଥାନ, ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପ୍ରଦାନ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ଗମନାଗମନ ସୁବିଧା ପ୍ରଦାନ ପାଇଁ ଦାବି କରିଛନ୍ତି ।

ବସ୍ତି ବାସିନ୍ଦାଙ୍କ ଦାବି ନେଇ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଉଚ୍ଛେଦ ପୂର୍ବରୁ ଥଇଥାନ କରା ନଗଲେ ବସ୍ତି ବାସିନ୍ଦା ସମୂହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.