ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ସ୍ଥାନୀୟ ପାନ୍ଥନିବାସଠାରେ ଉଦ୍ଘାଟିତ ହୋଇଯାଇଛି । ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ ଏବଂ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏହି ଉଦ୍ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦୀଲିପ କୁମାର ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ଶିବିରରେ ବିଭିନ୍ନ ଜିଲ୍ଲାରୁ ମୋଟ ୪୦ ଜଣ ମହିଳା ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଶିଳ୍ପୀମାନେ କ୍ୟାନ୍ଭାସ୍ରେ ନାରୀ ମନୋସ୍ତତ୍ତ୍ୱକୁ ପରିପ୍ରକାଶ କରିବା ସହ ସାମ୍ପ୍ରତିକ ଓଡ଼ିଶାର ପ୍ରଗତିରେ ନାରୀର ଭୂମିକା ଓ ମହିଳା ସଶକ୍ତିକରଣ ପ୍ରସଙ୍ଗ ଉପରେ ସୃଜନଶୀଳ ଢଙ୍ଗରେ ଅଙ୍କନ କରିଛନ୍ତି । ଏହି ଶିବିର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
Comments are closed.