Latest Odisha News

BREAKING NEWS

ନୟାଗଡ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

ନୟାଗଡ : ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପ୍ରସବ କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରେ ଉଭୟ ମା’ ଓ ନବଜାତକକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଜଣେ ପ୍ରସୂତି ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଗାଁ ମଧ୍ୟକୁ ଯାତାୟାତ ପାଇଁ ଭଲ ରାସ୍ତାନଥିବାରୁ ତଥା ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ଯାଇପାରିନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଫଳରେ ପରିବାର ଲୋକେ କିଛି ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଷ୍ଟ୍ରେଚରରେ ବୁହାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିବା ନେଇ ସୂଚନା ମିଳିଛି ।

ତେବେ ଆମ୍ବୁଲାନ୍ସରେ ପ୍ରସବ କରିବାପରେ ଉକ୍ତ ମହିଳା ଓ ତାଙ୍କ ନବଜାତ ଶିଶୁକୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.