ଢେଙ୍କାନାଳ : ଗାଁର ଆଦିବାସୀ ମହିଳା ହୋଇପାରିଛନ୍ତି ସ୍ୱାବଲମ୍ବୀ । ହଜାର ହଜାର ମହିଳାଙ୍କୁ ମିଳିଛି ସାହାଯ୍ୟ ସହଯୋଗ। ଯାହା ଫଳରେ ସଫଳ ହୋଇଛି ପ୍ରକଳ୍ପ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡରେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେହଉଛି କଙ୍କଡାହାଡର ଶଶାପଶି ଗାଁ। ଗାଁର ମହିଳା ମାନେ ମିଶନଶକ୍ତି ଜରିଆରେ ଯେଉଁ କିଛି ସାହାଯ୍ୟ ପାଇଛନ୍ତି ସେଥିରେ ଆରମ୍ଭ କରିଦେଇଛନ୍ତି ମାଛ, କୁକୁଡା ଚାଷ ସହ ବିଭିନ୍ନ ପଶୁ ପାଳନ କରୁଛନ୍ତି। ଏହି ସବୁର ତାଲିମ ନେଇ ବିଭିନ୍ନ କାମ ଆରମ୍ଭ କରିଦେଇଛନ୍ତି ମହିଳା ମାନେ। ଆଉ ଏଥିରୁ ଦୁଇ ପଇସା ଲାଭ ବି ମିଳୁଛି ସେମାନଙ୍କୁ।
ପ୍ରଥମେ ନିଜସ୍ୱ ଅର୍ଥରେ କିଛି କିଛି ଖର୍ଚ୍ଚ କରି ଉପକରଣ ଯୋଗାଡ କରିଥିଲେ ମହିଳା ମାନେ। ରଙ୍ଗୀନ୍ ମାଛ ଚାଷରୁ ନେଇ ଅନ୍ୟ ସବୁ ପଶୁ ପାଳନ ପାଇଁ ଆଗେଇ ଆସିଥିଲେ। ଆଉ ପରେ ସେମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସହଯୋଗ ମିଳିଥିଲା। ନିଜ ପରିଶ୍ରମ ଫଳରେ ଏବେ ଗାଁ ଆଦିବାସୀ ମହିଳା ମାନେ ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି।
BREAKING NEWS
- ମୁଖତାର ଅନସାରୀ ମୃତ୍ୟୁ ଘଟଣା: ‘ମୁଁ ଆଜି ନ୍ୟାୟ ପାଇଲି’ କହିଲେ ପୂର୍ବତନ ବିଧାୟକ କୃଷ୍ଣାନନ୍ଦଙ୍କ ପତ୍ନୀ
- ବିଜେପି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା
- ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ
- ଏତିକି ବେଳୁ ଜଳିଲାଣି ପୁରା ଓଡିଶା, ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ମୁହାଁ
- ଭୋଟରଙ୍କୁ ପ୍ରଭାବିତ କରିବାକୁ ହୀନ ଉଦ୍ୟମ, କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର
- କେଜ୍ରିୱାଲଙ୍କ ପାଇଁ କେଜ୍ରିୱାଲ କୋ ଆଶୀର୍ବାଦ ଅଭିଯାନ ଆରମ୍ଭ କଲେ ସୁନୀତା
- ନିର୍ବାଚନ ପୂର୍ବରୁ ଫେସବୁକରୁ ଏହି ଫିଚର୍ସ ହଟାଇବାକୁ ମେଟାର ନିଷ୍ପତ୍ତି, ରାଜନୈତିକ ଦଳ ଉପରେ ପଡିବ ପ୍ରଭାବ
- ସମ୍ବଲପୁର ମାଟିରେ ପ୍ରଣବ; କହିଲେ, ‘ବାପାଙ୍କର କର୍ମଭୁମି ଥିବାରୁ ଆଜି ମୋ ଘରେ ଠିଆ ହେବା ପରି ଲାଗୁଛି’
- ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !
- ମୁଖତାରୀ ଅନସାରୀ ମୃତ୍ୟୁ ମାମଲା, ହାଇଆଲର୍ଟରେ ୟୁପି