ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ସହ ଘରେ ରହୁଥିଲେ। ଶୁକ୍ରବାର ରାତିରେ ପୁଅ ସନା ଟଙ୍କା ମାଗିଥିଲେ। କିନ୍ତୁ ତ୍ରିବେଣୀ ଦେଇନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼଼ା ହୋଇଥିଲା। ଶନିବାର ସକାଳେ ତ୍ରିବେଣୀଙ୍କ ଶକ ଘର ଭିତରେ ପଡ଼ିରହିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ। ଏନେଇ ତାରସିଙ୍ଗି ଥାନା ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୁଅ ସନାଙ୍କୁ ଅଟକ ରଖିଛି।
BREAKING NEWS
- ବାତ୍ୟା ‘ଅକୱାନ’: ଭଦ୍ରକରେ ୬,୯୧୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- Cyclone Akvan: ଆସୁଛି ବାତ୍ୟା ‘ଅକୱାନ’; ଭଦ୍ରକରେ ୨୦ରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା
- ଆସିଲା ପରୀକ୍ଷା ସୂଚୀ; ଫେବୃଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା
- ମନ ଜିଣୁଛି ଏକାମ୍ର ୱାକ୍ସର ଦୁଇ ସ୍ୱତନ୍ତ୍ର ଟ୍ରେଲ୍
- IITF-2026: ଓଡ଼ିଶାର ପ୍ରାକୃତିକ ‘ଖଜୁରୀ ଗୁଡ଼’ ପାଇଁ ଦର୍ଶକଙ୍କ ଆଗ୍ରହ; ପାଭିଲିୟନରେ ବିକ୍ରି ଅତିକ୍ରମ କଲା ୧୮ ଲକ୍ଷ ଟଙ୍କା
- ପ୍ରାରମ୍ଭିକ ୧୬ ଟେଷ୍ଟରେ ସର୍ବାଧିକ ବିଜୟ ସହ ରେକର୍ଡ କଲେ ବାଭୁମା
- ଫିଲିପ୍ସ ଓ ନିକୋଲ୍ସଙ୍କ ଅପରାଜିତ ୧୭୩ ରନ୍ ଭାଗିଦାରୀ: ନ୍ୟୁଜିଲାଣ୍ଡ ୨୪୩/୫
- Cyclone Akvan: ବାତ୍ୟା ଅକୱାନ ପାଇଁ ୧.୦୫ ଲକ୍ଷ ଲୋକ ସ୍ଥାନାନ୍ତରଣ, ୯୦୦୦ ଆଶ୍ରୟସ୍ଥଳୀ…
- Cyclone Akvan: ଆସୁଛି ବାତ୍ୟା; ଓଡ଼ିଶାରେ ପ୍ରବଳ ବର୍ଷା, ୭ ଜିଲ୍ଲାରେ ବନ୍ୟା ଆଶଙ୍କା…
- PUC New Rule 2026: ପଲ୍ୟୁସନ ପ୍ରମାଣପତ୍ର ନେଇ ବଡ ଖବର…୩ବର୍ଷ ଯାଏ କରିବାକୁ ପଡିବନି ରିନ୍ୟୁ, ଆଜିଠୁ ଲାଗୁ
Comments are closed.