Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ: ୨୦ ଆହତ ୫ ଗୁରୁତର

ଢେଙ୍କାନାଳ : ମଦ୍ୟପ ଡ୍ରାଇଭର ଓଲଟାଇ ଦେଲା ଶ୍ରମିକ ବୋଝେଇ ଟ୍ରକ ୨୦ ଆହତ ୫ ଜଣ ଗୁରୁତର  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ । ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

BjdElectrycity

ସମସ୍ତ ଶ୍ରମିକ ମାନେ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରୁକସନ କମ୍ପାନୀର ହୋଇଥିବା ସୂଚନା । ମୁକ୍ତାପଶିରୁ ରେଲୱେ କାର୍ଯ୍ୟ ସାରି କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଯାଉଥିବା ବେଳେ ବଡଝରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ଟ୍ରକ । ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।

କିପରି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକରେ ନେଇ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଢ଼ ଦେବାକୁ ସାଧାରଣରେ ଦାବି ହୋଇଛି ।

 

Leave A Reply

Your email address will not be published.