Latest Odisha News

BREAKING NEWS

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡ଼ିଆରେ ଉଭୟ ଦେଇପାରିବେନି କୌଣସି ମନ୍ତବ୍ୟ

ର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ହାଇକୋର୍ଟଙ୍କ ତାଗିଦ । ସୋସିଆଲ ମିଡ଼ିଆରେ କୌଣସି ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ତାଗିଦ କରିଛନ୍ତି । ସୋସିଆଲ ମିଡ଼ିଆରେ ଉଭୟ ପରସ୍ପରକୁ ନେଇ କୌଣସି ମନ୍ତବ୍ୟ ଦେଇପାରିବେନି ।  ଏହାଛଡା ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଅନୁଭବ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ଚରିତ୍ର ସଂହାର କରୁଥିବା କହି ହାଇକୋର୍ଟର ଆଶ୍ରୟ ନେଇଥିଲେ ବର୍ଷା ।

ଆଉ ଆଜି ଏହାର ଶୁଣାଣି କରି ହାଇକୋର୍ଟ ଅନୁଭବଙ୍କୁ ଭିଡ଼ିଓ ପୋଷ୍ଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ । ତେବେ ଆଜି ଶୁଣାଣି ପୂର୍ବରୁ ହିଁ ଅନୁଭବ ଆଉ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ପୂର୍ବରୁ ୩ଟି ଭିଡ଼ିଓ ପୋଷ୍ଟ କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ଅନୁଭବ ।

Leave A Reply

Your email address will not be published.