Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକାକୁ ୨୧ ରନରେ ପରାସ୍ତ କଲା ବାଂଲାଦେଶ

ଓଭାଲ୍: ୨୦୧୯ ବିଶ୍ୱକପରେ ବାଂଲାଦେଶ କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟରେ ‘ଡ଼ାର୍କ ହର୍ଷ’ ସାବ୍ୟସ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦେଶକୁ ଏହି ବିଶ୍ୱକପର ଏକ ମ୍ୟାଚରେ ବାଂଲାଦେଶ ଦଳ ୨୧ରନରେ ପରାସ୍ତ କରି କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଛି । ପଡ଼ିଆରେ ଏକ ଚାମ୍ପିୟନ ଟିମ୍ ପରି ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ଖେଳ ପ୍ରଦର୍ଶନ କରି ବାଂଲାଦେଶ ମ୍ୟାଚଟିକୁ ଦକ୍ଷିଣ ଆଫ୍ରିକା ନିକଟରୁ ଏକପ୍ରକାର ଛଡ଼ାଇ ଆଣିଛି ।

ଟସରେ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଫିଲ୍ଡିଂ ନେବାର ନିଷ୍ପତ୍ତି ଗ୍ରହଣ କରିଥିଲା । ସମସ୍ତ ବାଂଲା ବ୍ୟାଟ୍ସମ୍ୟାନ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ମୁସଫିକର୍ ରହିମ୍ ୭୮ ରନ, ସକିବ ଉଲ୍ ହାସନ ୭୫, ମହମ୍ମଦୁଲ୍ଲା ୪୬ ରନ ଏବଂ ସୌମ୍ୟ ସରକାର ଉପଯୋଗୀ ୪୨ ରନ କରିଥିଲେ । ବାଂଲାଦେଶ ସମ୍ପୂର୍ଣ୍ଣ ୫୦ ଓଭର ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୩୩୦ ରନ କରିପାରିଥିଲା । ବାଂଲା ଦଳର ବିଶାଳ ୩୩୦ ରନକୁ ଅତିକ୍ରମ କରିବାକୁ ଆଫ୍ରିକୀୟ ଦଳ ମୂଳରୁ ଦୁର୍ଦ୍ଧଶ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଦଳ ସମୁଦାୟ ୫୦ ଓଭର ବ୍ୟାଟିଂ କରି ୩୦୯ ରନ କରିବାକୁ ସକ୍ଷମ ହୋଇଥିଲା । କପ୍ତାନ ଡ୍ୟୁପ୍ଲେସିସ ସର୍ବାଧିକ ୬୨ ରନ କରିପାରିଥିଲେ । ମାକ୍ରମ୍ ୪୫ ଏବଂ ଡୁମିନି ୪୫ ରନ କରିପାରିଛନ୍ତି ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ୩ଟି ୱିକେଟ ଅକ୍ତିଆର କରିଥିଲେ । ସକିବ୍ ଉଲ୍ ହାସନଙ୍କୁ ‘ପ୍ଲେୟାର୍ ଅଫ ଦି ମ୍ୟାଚ୍’ଘୋଷିତ କରାଯାଇଥିଲା ।

ଏହା ଦକ୍ଷିଣ ଆଫ୍ରିକାର କ୍ରମାଗତ ୨ୟ ପରାଜୟ । ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡଠାରୁ ଦଳ ପରାଜୟ ବରଣ କରିଥିଲା ।

 

Leave A Reply

Your email address will not be published.