Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଇଂଲଣ୍ଡ ସେମିଫାଇନାଲରେ, ସ୍ୱିଡ଼େନ ୨-୦ରେ ପରାସ୍ତ

ମସ୍କୋ : ଏକ ଚିତାକର୍ଷକ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ଅନ୍ୟ ଏକ ୟୁରୋପୀୟ ରାଷ୍ଟ୍ର ସ୍ୱିଡ଼େନକୁ ପରାସ୍ତ କରି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି ।

ଶନିବାର ଏକ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁଇ ୟୁରୋପୀୟ ଦଳ ଇଂଲଣ୍ଡ-ସ୍ୱିଡ଼େନ ମଧ୍ୟରେ ବିଶ୍ୱକପ କ୍ୱାର୍ଟର୍ ଫାଇନାଲ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚର ପ୍ରାରମ୍ଭରୁ ଇଂଲଣ୍ଡ ସ୍ୱିଡ଼େନ ଗୋଲପୋଷ୍ଟ ଉପରେ ଆକ୍ରମଣ କରି ଚାଲିଥିଲା ।

ପ୍ରଥମାର୍ଦ୍ଧର ମାତ୍ର ୩୦ ମିନିଟ ସମୟରେ ହ୍ୟାରୀ ମାଗୁଇରେ ଇଂଲଣ୍ଡ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ତେବେ ଦ୍ୱିତୀୟାର୍ଦ୍ଧର ୫୯ ମିନିଟରେ ଡ଼େଲ ଅଲ୍ଲୀଙ୍କ ଏକ ସୁନ୍ଦର ଗୋଲ ଇଂଲଣ୍ଡ ବିଜୟକୁ ସୁନିଶ୍ଚିତ କରିଥିଲା ।

ଇଂଲଣ୍ଡ ସେମିଫାଇନାଲରେ ରୁଷିଆ-ୟୁକ୍ରେନ ବିଜେତାଙ୍କୁ ଭେଟିବ ।

Leave A Reply

Your email address will not be published.