Latest Odisha News

BREAKING NEWS

ପତ୍ନୀଙ୍କ ସହିତ ଧୁମଧାମରେ ଧୋନୀ ପାଳିଲେ ଜନ୍ମଦିନ

ଲଣ୍ଡନ : ଧମାକାଦାର ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ସେନସେସନ୍ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ୩୬ ତମ ଜନ୍ମଦିବସ ଲଣ୍ଡନରେ ବେଶ୍ ଧୁମଧାମରେ ପାଳନ କରିଛନ୍ତି । ପତ୍ନୀ ସାକ୍ଷୀଙ୍କ ସହିତ ଧୋନୀ କେକ୍ କାଟି ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ ।

ଏହି ଛୋଟ ପାର୍ଟିରେ ବିଶେଷ କେହି ଯୋଗ ଦେଇନପାରିଥିଲେ ମଧ୍ୟ ନିଜର କିଛି କ୍ରିକେଟ ସାଥି ଓ ତାଙ୍କ ପରିବାର ସହିତ ଧୋନୀ କେକ୍ କାଟିଛନ୍ତି । ସାଥି ବିରାଟ ଓ ଅନୁଷ୍କା ଏହି ସେଲେବ୍ରେସନ ପାର୍ଟିରେ ଅଂଶଗ୍ରହଣ କରିଥିଲେ ।

ଧୋନୀ ସବୁବର୍ଷ ତାଙ୍କର ଏହି ବିଶେଷ ଦିନରେ ଫ୍ୟାନମାନଙ୍କ ଗହଣରେ କିଛି ସମୟ ବିତାଇଥାନ୍ତି । କିନ୍ତୁ ଏହିବର୍ଷ ଲଣ୍ଡନରେ ଥିବାରୁ ସେ ଫ୍ୟାନମାନଙ୍କୁ ଦେଖା ଦେଇନଥିଲେ ବରଂ ପତ୍ନୀ ସାକ୍ଷୀଙ୍କ ସହିତ ପାଳନ କରିଛନ୍ତି ନିଜର ଜନ୍ମଦିନଟିକୁ ।

Leave A Reply

Your email address will not be published.