Latest Odisha News

BREAKING NEWS

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର:  ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ ।

ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦ ପ୍ରତିଶତ ଅଧିକ ଥିବା ରେକର୍ଡ ହୋଇଛି ।
ବିଶ୍ୱ ହୃଦୟ ଦିବସ ଅବସରରେ ଦୁନିଆର ସବୁ ଲୋକଙ୍କ ମଧ୍ୟରେ ନିଜ ହୃଦୟକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ।

ବର୍ତ୍ତମାନର ଯୁଗରେ ସବୁ ଲୋକ କର୍ମବ୍ୟସ୍ତତା ମଧ୍ୟରେ ରହୁଛନ୍ତି, ଫଳରେ ସେମାନେ ନିଜ ଶରୀରର ସୁସ୍ଥତା ଉପରେ ଧ୍ୟାନ ଦେଉନାହାନ୍ତି । ଏଥିସହିତ ନିଜ ଶରୀରର ଅବିଚ୍ଛେଦ୍ୟ ଅଙ୍ଗ ହୃଦୟ ପ୍ରତି ମଧ୍ୟ ଧ୍ୟାନ ଦେଉନାହାନ୍ତି ।

ଏହି ହୃଦୟ ଦିବସ ଅବସରରେ ଜାଣନ୍ତୁ କିପରି ରଖିବେ ନିଜ ହୃଦୟକୁ ପୂରା ଫିଟ୍…

• କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ଟିକେ ସମୟ ନିଜ ପାଇଁ ବାହାରି କରି ବ୍ୟାୟାମ କରନ୍ତୁ
• ସ୍ୱାସ୍ଥ୍ୟପ୍ରଦ ଆହାର ଗ୍ରହଣ କରନ୍ତୁ
• ଖାଦ୍ୟରେ ଲୁଣ ଯଥା ସମ୍ଭବ କମ୍ ଖାଇବା ପାଇ ଚେଷ୍ଟା କରନ୍ତୁ


• ସତେଜ ପନିପରିବା ଓ ଫଳ ଖାଆନ୍ତୁ
• ଯାହା ବି ଖାଆନ୍ତୁ ସଠିକ ସମୟରେ ଖାଆନ୍ତୁ
• ପାନ, ଗୁଟଖା ଆଦି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ

Leave A Reply

Your email address will not be published.