Latest Odisha News

BREAKING NEWS

ବିଶ୍ବ ଦକ୍ଷତା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଦକ୍ଷତା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଶ୍ବ ଦକ୍ଷତା କେନ୍ଦ୍ର ଯୁବକମାନଙ୍କୁ ଆଗୁଆ ଦକ୍ଷତା ତାଲିମ ପ୍ରଦାନ କରି ଏହି ପ୍ରୟାସକୁ ସୁଦୃଢ କରିବ ଓ ସେମାନଙ୍କୁ ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି କହିଛନ୍ତି ଯେ, ଯୁବକଙ୍କୁ ବିଶ୍ବବ୍ୟାପୀ ନିଯୁକ୍ତି ଦେବା ପାଇଁ ଦକ୍ଷତା ବିକାଶ ଏକ ଉତ୍ତମ ସୁଯୋଗ ଯୋଗାଇବ । ଏଥିସହ ସାମଗ୍ରିକ ବିକାଶର ଆବଶ୍ୟକତା ପାଇଁ ରାଜ୍ୟ ସ୍କିଲ ଭିଜନ ୨୦୩୦ ସୃଷ୍ଟି କରିବ ବୋଲି କହିଛନ୍ତି ସୁବ୍ରତ ବାଗଚି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ସୁବ୍ରତ ବାଗଚୀଙ୍କ ବ୍ୟତୀତ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.